୧୮ପର୍ଯ୍ୟନ୍ତ କାଳବୈଶାଖୀ ,ଏସବୁ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ବର,,୧୫।୩ : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ୪୦ ଡିଗ୍ରୀ ପାର କରୁଛି ଦିନ ତାପମାତ୍ରା। ଗତକାଲି ୪୦ ଛୁଇଁଥିଲା ୩ ସହରରେ ତାତି। ୪୦.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ପାଲଟିଥିଲା ଝାରସୁଗୁଡ଼ା।ପଶ୍ଚିମ ଓଡ଼ିଶାର ଜିଲାଗୁଡିକରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆସନ୍ତା ୨୪ ଘଣ୍ଟା ପରେ କିଛି ଅଞ୍ଚଳରେ ଦିନ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ କମିପାରେ।  ଉତ୍ତର-ପୂର୍ବ ଉତ୍ତର ପ୍ରଦେଶ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସହିତ ଛତିଶଗଡ ଉପରେ ନିମ୍ନ ଚାପରେଖା ସକ୍ରିୟ ରହିଛି। ଏହା ପ୍ରଭାବରେ ୧୮ ପର୍ଯ୍ୟନ୍ତ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ତୋଫାନ ହୋଇପାରେ। ଝାରସୁଗୁଡାରେ ଆଜି ତାପମାତ୍ରା ୪୦.୨ ଡିଗ୍ରୀ ଥିବାବେଳେ ସମ୍ବଲପୁର ଏବଂ ଟିଟିଲାଗଡ଼ରେ ପାରଦ ୪୦ ଡିଗ୍ରୀ ଛୁଇଁଛି।ରାଉରକେଲାରେ ୩୯.୧, ସୁବର୍ଣ୍ଣପୁର, ସୁନ୍ଦରଗଡ଼ରେ ୩୯,ହୀରାକୁଦରେ ୩୯.୨, ଭୁବନେଶ୍ବରରେ ୩୩.୨ ଏବଂ କଟକରେ ୩୨.୮ଡିଗ୍ରୀ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଢେଙ୍କାନାଳ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!