(ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର:- ଝରୀଗୁଡା ଗ୍ରାମର ଝଡ଼େଶ୍ୱର ଗୌଡ଼ ର ୧୦ ଏକର ଜମିର ପାଳ ଗଦା ରେ ହଟାତ ଗତକାଲି ରାତି ପ୍ରାୟ 1ଘଣ୍ଟା ସମୟରେ ନିଆଁ ଲାଗି ଯାଇଥିଲା। ଏହା ପରେ ଝଡ଼େଶ୍ୱର ଗୌଡ଼ ଏବଂ ଆଖ ପାଖ ଅଞ୍ଚଳର ଲୋକେ ନିଆଁ କୁ ଆୟତ କରିବା ପାଇଁ ଉଦ୍ୟମ କରିଥିଲେ। ଏହା ସହ ଅଗ୍ନିଶମ ବିଭାଗକୁ ମଧ୍ୟ ନିଆଁ ଲିଭାଇବା ପାଇଁ ଫୋନ ଯୋଗେ ଯୋଗାଯୋଗ କରିଥିଲେ କିନ୍ତୁ ଦୁଃଖର ବିଷୟ ଦୁଇଘଣ୍ଟା ବିଳମ୍ବରେ ଅର୍ଥାତ ରାତ୍ର ପ୍ରାୟ ୩ଘଣ୍ଟା ସମୟରେ ଅଗ୍ନିଶମ ଗାଡି ଆସି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲା ଶେଷରେ ବିଫଳ ହୋଇ ଅଗ୍ନିଶମ ବାହିନୀ ର କର୍ମଚାରୀ ମାନେ ସେହି ସ୍ଥାନ ଛାଡି ଚାଲି ଆସିଥିଲେ। ନିଆଁ ଏଭଳି ସକାଳ ପର୍ଯ୍ୟନ୍ତ ଜଳୁଥିଲା ଏବଂ ପାଲଗାଦା ପଡି ପାଉଁଶ ହଇଗଲା। ଯଦି କିଛି ସମୟ ପୂର୍ବରୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚିଥିଲେ ନିଆଁ କୁ ଆୟତ କରିପାରି ଥାନ୍ତା ବୋଲି ସ୍ଥାନୀୟ ବାସିନ୍ଦା ମାନେ ମତବ୍ୟକ୍ତ କରିଛନ୍ତି । ଡାବୁଗାଁ ବ୍ଲକର ଅଧିକାଂଶ ସ୍ଥାନରେ ଏଭଳି ଅଗ୍ନିସମ ବାହିନିର ଅବହେଳା ଯଗୁଁ ବହୁତ କ୍ଷେକ୍ଷକ୍ଷେତି ହେଉଛି। ଆଗକୁ ଗ୍ରୀଷ୍ମରୁତୁ ଥିବାରୁ ଅଗ୍ନିଶମ ବାହିନୀ ସବୁବେଳେ ସଜାଗ ରହିଲେ ଭଲ ହୋଇଥାନ୍ତା ବଳି ବୁଦ୍ଧିଜୀବୀ ମାହୋଲ ରେ ଆଲଚନା ହେଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |