(ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର:- ଡାବୁଗାଁ ବ୍ଲକ ର ୮ ଗୋଟି କ୍ଲଷ୍ଟର ଅଧୀନ ସମସ୍ତ ବିଦ୍ୟାଳୟରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ “ଉଲ୍ଲାସ” ର ମୌଳିକ ସାକ୍ଷରତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ୧୫ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ଉଭୟ ପୁରୁଷ ଓ ମହିଳା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସାକ୍ଷର କରିବା ନିମନ୍ତେ ଏକ ଆକଳନ କାର୍ଯ୍ୟକ୍ରମ କରାଯାଇଥିଲା | ଡାବୁଗାଁ ବ୍ଲକର ବିଭିନ୍ନ ଗ୍ରାମରୁ ୧୭୭ ଜଣ ପୁରୁଷ ଓ ୩୯୨ ଜଣ ମହିଳା ମୋଟ ୫୬୯ ଜଣ ନିରକ୍ଷର ଙ୍କୁ ନେଇ ସାକ୍ଷରତା ଆକଳନ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀଣୀ ରଶ୍ମିତା ନେତାମ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ସନ୍ତୋଷ ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା, ଗୁପ୍ତେ ପ୍ରସାଦ ନାଗ, ହେମନ୍ତ ପଣ୍ଡା, ହେମେନ୍ଦ୍ରନାଥ ବେହେରା, ଗିରିଶବାଳା ଜେନା ଓ ଗୀତାଞ୍ଜଳି ବସ୍ତିଆ ପ୍ରମୁଖ ପରିଚାଳନା କରିଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |