ଖସିଲା ସୁନା-ରୁପା ଦର

ନୂଆଦିଲ୍ଲୀ,୧୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ମଧ୍ୟରେ ଆଜି ଶସ୍ତା ହୋଇଛି ସୁନା-ରୂପା। ଆଜି ପୁଣି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୨ ହଜାର ୭୮୦ ଟଙ୍କା ଖସିଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା କମିଛି ୧୫ ଶହ ୫୦ ଟଙ୍କା।  ଗତକାଲି ଦର ୧ ଲକ୍ଷ ୫୭ ହଜାର ୪୨୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି 2550 ଟଙ୍କା କମି ୧ ଲକ୍ଷ ୪୧ ହଜାର ୭୫୦ ଟଙ୍କା ହୋଇଛି। ଯାହା ଗତକାଲି ୧ ଲକ୍ଷ ୪୪ ହଜାର ୩୦୦ ଟଙ୍କା ରହିଥିଲା।ଅନ୍ୟପଟେ ରୂପା ଦର ମଧ୍ୟ କମିଛି ।  ଭୁବନେଶ୍ବରରେ ଆଜି ରୁପା ମୂଲ୍ୟ କିଲୋ ପ୍ରତି ୧୦ ହଜାର ଟଙ୍କା କମି ୨ ଲକ୍ଷ ୬୫ ହଜାର ଟଙ୍କା ରହିଛି। ଗତକାଲି ଦର ୨ଲକ୍ଷ ୭୫ହଜାର ଟଙ୍କା ରହିଥିଲା । ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଡଲାର ମହଙ୍ଗା ହେବା କାରଣରୁ ନିବେଶକ ସୁନା ବଦଳରେ ଡଲାରରେ ନିବେଶ କରୁଛନ୍ତି। ନିବେଶକମାନେ ସୁନାରୁ ପ୍ରଫିଟ୍ ବୁକ୍ କରିବା ସହ ଉଚ୍ଚ ସୁଧ ହାର ପାଇଁ ସୁନା-ରୁପାରୁ ମୁହଁ ଫେରାଉଥିବାରୁ ଦାମ୍ ଖସୁଥିବା ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!