SCB ଅଗ୍ନିକାଣ୍ଡ ଘଟଣାରେ ତନାଘନା

କଟକ,୧୯ା୩: କଟକର ବଡ଼ ମେଡିକାଲ୍ ଏସସିବିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର  ଆକ୍ସନ୍ ନେଇଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।କଟକ ଜିଲ୍ଲାପାଳ, ଅଗ୍ନିଶମ ଆଇଜି, ଇଲେକ୍ଟ୍ରିକାଲ୍  ଓ ଜନସ୍ୱାସ୍ଥ୍ୟ ବିଭାଗ ଇଆଇସି ସମେତ ବହୁ ଅଧିକାରୀ ଉପସ୍ଥିତିରେ ଚାଲିଛି କାରଣ ଖୋଜା। ଏହି ଅଗ୍ନକାଣ୍ଡରେ ୧୦ରୁ ଅଧିକ ରୋଗୀଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଏହାର ସ୍ଥିତ୍ ସମୀକ୍ଷା କରିବା ପାଇଁ  ବିଚାର ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଗତକାଲି ୪ ଅଧିକାରୀଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଟାନ। କାର୍ଯ୍ୟରେ ଅବହେଳା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ ଜଣଙ୍କୁ ନିଲମ୍ବନ କରାଯାଇଛି। ଅଗ୍ନିକାଣ୍ଡ ଘଟଣାରେ ତନାଘନା। SCB ମେଡିକାଲରେ ପହଞ୍ଚିଛି ଫ୍ୟାଣ୍ଟ ଫାଇଣ୍ଡିଂ ଟିମ୍। ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଚାଲିଛି ଯାଞ୍ଚ। କେମିତି ନିଆଁ ଲାଗିଲା ଯାଞ୍ଚ କରୁଛି ଫ୍ୟାଣ୍ଟ ଫାଇଣ୍ଡିଂ ଟିମ୍।ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସ୍ଲୋଗାନ୍ ଦେଇଥିଲେ। ‘ରାମ ନାମ୍‌ ସତ୍ୟ ହେ ହରି ନାମ୍‌ ସତ୍ୟ ହେ’ ନାରାରେ ଗୃହ କମ୍ପିଥିଲା। ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଓ କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ସାଙ୍ଗରେ ଆଣିଥିବା ଏକ ଟାୱେଲକୁ ଫୁଲମାଳ ଦେଇ ରିପୋଟର୍ସ ଟେବୁଲ୍ ଉପରେ ରଖି ପ୍ରତିବାଦ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ମୃତ ଅବସ୍ଥାରେ ଅଛି ବୋଲି ଅଭିଯୋଗ କରିଥିଲେ। ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବ୍ୟାନର୍, ପ୍ଲାକାର୍ଡ ଦେଖାଇଥିଲେ। ବାଚସ୍ପତି ସେମାନଙ୍କୁ ବସିବା ପାଇଁ ଅନୁରୋଧ କରି ପ୍ରଶ୍ନକାଳ ଚଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିରୋଧୀଙ୍କ ହୋହଲ୍ଲାରେ ଗୃହ କାର୍ଯ୍ୟ ସମ୍ଭବ ହୋଇ ପାରିନଥିଲା। ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନୈତିକତା ନାହିଁ। ସେ ଇସ୍ତଫା ଦେଇ ନୀତି ନୈତିକତାର ପରିଚୟ ଦିଅନ୍ତୁ। ବିଜେପି ବିରୋଧୀରେ ଥିବାବେଳେ ମନ୍ତ୍ରୀଙ୍କ ଇସ୍ତଫା ମାଗିଲେ। ଘରୋଇ ହସ୍ପିଟାଲରେ ନିଆଁ ଲାଗିଲା। ସେତେବେଳେ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ନ ଦେବା ଯାଏଁ ବିଜେଡିର ଗୃହରେ ପ୍ରତିବାଦ ଜାରି ରହିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!