ଭାରସାମ୍ୟ ହରାଇ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର

ମୁନିଗୁଡ଼ା ,୨୨।୦୩ : ତିନୋଟି ଘରେ ପଶିଗଲା ଆଲୁମିନିୟମ୍ ଟ୍ୟାଙ୍କର୍ । ରାୟଗଡ଼ା ସ୍ଥିତ ମୁନିଗୁଡା କନକ ପରମେଶ୍ଵରୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ବକ୍ସାଇଟ୍ ବୋଝେଇ ଟ୍ୟାଙ୍କର୍ ୩ଟି ଘର ଉପରେ ଓଲଟି ପଡ଼ିଲା । ତେବେ ୩ଟି ପରିବାରର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘର ଉପରକୁ ମାଡ଼ିଗଲା ଚଳନ୍ତା ଟ୍ୟାଙ୍କର୍। ଅଳ୍ପକେ ବର୍ତ୍ତିଗଲେ ୩ ପରିବାର। ମୁନିଗୁଡ଼ା କନକ ପରମେଶ୍ବରୀ ମନ୍ଦିର ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ଟ୍ୟାଙ୍କର ଟି ଘର ଉପରେ ଓଲଟି ପଡ଼ିଥିବା ବେଳେ ଘର କାନ୍ଥ, ଆଜବେଷ୍ଟସ୍ ଓ ଘରୋଇ ଆବାସପତ୍ର ଭାଙ୍ଗିଯାଇଛି।ଭାରସାମ୍ୟ ହରାଇ ଟ୍ୟାଙ୍କର ଓଲଟି ପଡ଼ିଥିବା ଅନୁମାନ କରାଯାଉଛି। ବିଶାଖାପାଟଣାରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ କରିଛି। କିଭଳି ଏବଂ କେଉଁ ପରିସ୍ଥିତିରେ ଟ୍ୟାଙ୍କର ଓଲଟି ପଡ଼ିଲା ସେନେଇ ତଦନ୍ତ ଚାଲିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!