ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର),୨୨ା୩ – ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ତରଫରୁ ପାପଡାହାଣ୍ଡି ତହସିଲଦାର ଶ୍ରୀ ତପନ କୁମାର ନାୟକ ଙ୍କୁ ଜାଲ ଜାତିଗତ ପ୍ରମାଣ ପତ୍ର କୁ ବାତିଲ ବା ନାକଚ କରିବାକୁ ପରିଷଦ ର କର୍ମକର୍ତା ମିଳିତ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି, ସୂଚନା ପ୍ରକାରେ ରୁକମଣି ଭତରା ଖ୍ରୀଷ୍ଟିଆନ ଯୁବତୀ (ST)ଆଦିବାସୀ ଜାତି ପ୍ରମାଣ ପାତ୍ର ଦେଇ ଚାକିରୀ ହାତେଇବା ଉଦ୍ୟମକୁକରୁଥିବାରୁ ଏହାକୁ ବିଫଳ କଲା ଅଖିଳ ଭାରତୀୟ ଭତ୍ରା ବିକାଶ ପରିଷଦ। ସେ ପ୍ରକୃତରେ ଆଦିବାସୀ ନୁହନ୍ତି ବଳି ଦାବି କରିଛି ଆଦିବାସୀ ବିକାଶ ପରିଷଦ। କାରଣ ତାଙ୍କ ମାଟ୍ରିକ ପ୍ରମାଣ ପତ୍ର ରେ ପିତା ବଳରାମ ଭତରା,ପାପଡାହାଣ୍ଡି ତହସିଲଦାରଙ୍କ ନିକଟରୁ କେଶ ନଂ 4355/13 ରେ ପ୍ରାପ୍ତ ଜାତି ପ୍ରମାଣ ପତ୍ର ରେ ପିତା ଚୈତନ୍ୟ ଭତରା ଏବଂ ତାଙ୍କରି ଆଧାରକାର୍ଡ ରେ କେର ଓଫ ରେ ଦେବେନ୍ଦ୍ର ନାଗ ରହି ଥିବା ରୁ ସେ ପ୍ରକୃତରେ ଆଦିବାସୀ ନୁହନ୍ତି, ତେଣୁ ରୁକମଣିଙ୍କ ନାମରେ ଥିବା ଆଦିବାସୀ ପ୍ରମାଣ ପତ୍ରଟିକୁ ପ୍ରଥମେ ଖାରଜ କରି ଅନୁସନ୍ଧାନ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ତରଫରୁ ଦାବି ହୋଇଛି ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ପାପଡାହାଣ୍ଡି ବ୍ଲକର ସଭାପତି ସଦାଶିବ ନାୟକ, ରାଜେନ୍ଦ୍ର ଭତରା,ପୀତବାସ ଭତରା, ପରଜା ସମାଜର ନରସିଂହ ଜାନି,ଡାବୁଗାଁ ବ୍ଲକର ସଭାପତି ମୋହନ ରାମ ନାୟକ, ନବରଙ୍ଗପୁର ବ୍ଲକର ସଭାପତି ଦିବାକର ପୁଜାରି, ତେନ୍ତୁଳୀଖୁଣ୍ଟି ବ୍ଲକ ସଭାପତି ମଦନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |