ନବରଙ୍ଗପୁର ( ପ୍ରିୟଦର୍ଶିନୀ ପାତ୍ର ) : ନବରଙ୍ଗପୁର:- ଡାବୁଗାଁ ବ୍ଲକ ସ୍ଥିତ ସରକାରୀ ପଂଚାୟତ ହାଇସ୍କୁଲ ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷକ ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଡାବୁଗାଁ ର ତହସିଲଦାର ତଥା ପ୍ରମୁଖ ଜନଗଣନା ଅଧିକାରୀ ତହସିଲଦାର ଗୀତା ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜନଗଣନା କାର୍ଯ୍ୟକୁ କିଭଳି ସୁଚାରୁରୂପେ ପରିଚାଳନା କରାଯିବ ତା ଉପରେ ଉପସ୍ଥିତ ସମସ୍ତ ତାଲିମଦାତାଙ୍କୁ ମାର୍ଗଦର୍ଶନ କରିଥିଲେ।ଏହି ପ୍ରଶିକ୍ଷଣ କର୍ମଶାଳା ରେ ଅନ୍ୟାନ୍ୟ ବ୍ଲକ ସ୍ତରୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତି ଥିଲେ।ସୁଚନା ଅନୁସାରେ ଆସନ୍ତା ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମୋବାଇଲ ଆପ ଜରିଆରେ ଜନ ସାଧାରଣ ୩୩ ଟି ପ୍ରଶ୍ନ ରସ୍ଵୟଂ ଜନଗଣନା ତଥ୍ୟ ପ୍ରଦାନ କରିବେ ଏବଂ ଏପ୍ରିଲ ୧୬ ରୁ ମେ ୧୫ ପର୍ଯ୍ୟଂତ ଘରକୁଘର ଯାଇ ଜନ ଗଣନାକାରୀ ତଥ୍ୟ ସଂଗ୍ରହ କରିବେ। ଏହି ପ୍ରଶିକ୍ଷଣ ସମୟରେ ବିଶେଷ କରି ଜନଗଣନା ସମ୍ପର୍କିତ ତଥ୍ଯ ସଂଗ୍ରହ,ସଠିକ୍ ଲେ ଆଉଟ୍ ମ୍ୟାପ୍ ପ୍ରସ୍ତୁତି, ମୋବାଇଲ୍ ଆପ ରେ ଜନଗଣନା ସମ୍ପର୍କିତ ତଥ୍ୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ କିଭଳି ନିର୍ଭୁଲ ତଥ୍ୟ ଅପଲୋଡ଼ କରାଯାଇପାରିବ,ସେ ନେଇ ପ୍ରଶିକ୍ଷକଙ୍କୁ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା।ଏହି ତାଲିମ ଡାବୁଗାଁ ତହସିଲ ଅଧୀନରେ ୨୩.୦୩.୨୦୨୬ ରୁ ୦୭.୦୪.୨୬ ପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ କରାଯିବବୋଲି ଡାବୁଗାଁ ତହସିଲଦାର ଶ୍ରୀମତୀ ଗୀତା ମୁର୍ମୁ ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |