ମାଲକାନଗିରି,୨୪।୩ : ମାଓବାଦୀ ସଙ୍ଗଠନକୁ ଝଟ୍କା । ୧୭ ମାଓବାଦୀଙ୍କ ଆତ୍ମସମର୍ପଣ। ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ପାପା ରାଓ ଓରଫ ମୋଙ୍ଗୁ ଦାଦା ଓରଫ ସୁଧାକର ଆତ୍ମସମର୍ପଣ କରିଛନ୍ତି। ୧୭ ଜଣ ମାଓବାଦୀଙ୍କ ସହ ଛତିଶଗଡର ବିଜାପୁରରେ ଆତ୍ମସମର୍ପଣ କରିଛନ୍ତି ମାଓନେତା ପାପାରାଓ।ମୋଷ୍ଟ ୱାଣ୍ଟେଡ ଟପ୍ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏପରିକି ତାଙ୍କ ସହ ଅନ୍ୟ ୧୭ଜଣ ଟପ୍ ମାଓବାଦୀ ନେତା ଆତ୍ମସମର୍ପଣ କରିଥିବା ଜଣାପଡିଛି।ପାପା ରାଓ ଓଡ଼ିଶା, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ସକ୍ରିୟ ରହି ମାଓବାଦୀ କାର୍ଯ୍ୟକଳାପରେ ଜଡିତ ଥିଲେ। ଏପରିକି ୨୦୧୦ ଦନ୍ତେୱାଡାରେ ହୋଇଥିବା ମାଓବାଦୀ ଆକ୍ରମଣରେ ୭୬ଜଣ ସିଆରପିଏଫ ଯବାନ ଶହୀଦ ହେବା ସହ ଅନେକ ଆହତ ହୋଇଥିଲେ। ଏହି ଘଟଣାରେ ମାଓବାଦୀ ନେତା ପାପା ରାଓଙ୍କ ବଡ଼ ସମ୍ପୃକ୍ତି ରହିଥିଲା।ଅନ୍ୟପକ୍ଷେ ତାଙ୍କ ସ୍ତ୍ରୀ ଉର୍ମିଲା ମଧ୍ୟ ସକ୍ରିୟ ଏବଂ ପ୍ରଭାବଶାଳୀ ମାଓବାଦୀ ନେତା ଥିଲେ। ୨୦୨୫ ନଭେମ୍ୱର ୧୩ରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ସୁରକ୍ଷା ବାହିନୀଙ୍କ ଏନ୍କାଉଣ୍ଟରରେ ଉର୍ମିଲା ନିହତ ହୋଇଥିଲେ। ଏପରିକି ମାଓବାଦୀ ନେତା ପାପା ରାଓ CRPF କ୍ୟାମ୍ପକୁ ଟାଗେର୍ଟ କରୁଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |