ଭୁବନେଶ୍ଵର,୨୪।୦୩ : ବ୍ୟାଙ୍କକ୍ରୁ ଭୁବନେଶ୍ୱର ଚାଲାଣ ବେଳେ ଭୁବନେଶ୍ବର ବିମାନବନ୍ଦରରୁ ଦୁଇ ଅଭିଯୁକ୍ତଙ୍କ ନିକଟରୁ ୬ କୋଟିର ମାରିଜୁଆନା ଜବତ ହୋଇଥିବା ସୂଚନା ମିଳିଛି। ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଏୟାରପୋର୍ଟରୁ ଜବତ କରିବା ସହ ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି। ଦୁଇ ଅଭିଯୁକ୍ତ ତାମିଲ ବୋଲି ଜଣାପଡ଼ିଛି । ଜବତ ଗଞ୍ଜେଇର ଓଜନ ପ୍ରାୟ ୬ କିଲୋ ହୋଇଥିବାବେଳେ ଏହାର ବଜାର ମୂଲ୍ୟ ୬ କୋଟିରୁ ଅଧିକ ହେବ ।ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗତ ବର୍ଷ ଅଗଷ୍ଟ ମାସରେ ମାସ ୮ କୋଟି ଟଙ୍କାର ବିଦେଶୀ ଗଞ୍ଜେଇ (ମାରିଜୁଆନା) ଜବତ ହୋଇଥିଲା । ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିବା ବେଳେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ହାବୁଡ଼ରେ ପଡ଼ିଥିଲା ଏହି ଉତ୍କଟ ନିଶାଦ୍ରବ୍ୟ । ଗୁଜୁରାଟ ଅହମଦାବାଦର ଜଣେ ଯୁବକଙ୍କୁ ଏହି ମାମଲାରେ ଅଟକ ରଖିଥିଲା କଷ୍ଟମ୍ ବିଭାଗ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |