ଡାବୁଗାଁ ଅଞ୍ଚଳରେ ଗ୍ୟାସ ସମସ୍ୟା ଜଳଖିଆ ଦୋକାନୀଙ୍କ କାଠଚୁଲା ଭରସା

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର ):ଯୁଦ୍ଧ ଲାଗି ରହିଥ‌ିବା ବେଳେ ଏହାର ପ୍ରଭାବ ରନ୍ଧନ ଗ୍ୟାସ ଉପରେ ପଡିଛି। ଫଳରେ ହୋଟେଲ ଓ ଟିଫିନ ସେଣ୍ଟର ମାଲିକମାନେ ଜୀବନଜୀବିକା ହରାଇଛନ୍ତି। ରନ୍ଧନ ଗ୍ୟାସ ଅଭାବ ଯୋଗୁଁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଅଧିକାଂଶ ହୋଟେଲ ଓ ଜଳଖୁଆ ଦୋକାନ ବନ୍ଦ ରହିଛି। ବର୍ତ୍ତମାନ ହୋଟେଲ ମାଲିକମାନଙ୍କ ରନ୍ଧନ ଗ୍ୟାସ ଅଭାବ ଲାଗି କାଠଚୁଲି ଭରସା । ଡାବୁଗାଁ ଅଂଚଳରେ କମର୍ସିଆଲ ଗ୍ୟାସ ମିଳୁ ନଥିବାରୁ ଏବଂ ହୋଟେଲ ଓ ଜଳଖୁଆ ଦୋକାନ ଗୁଡ଼ିକରେ ମହଜୁଦ ଥିବା ଗ୍ୟାସ ସରିଯାଇଥିବାରୁ କେତେକ ହୋଟେଲ ବନ୍ଦ ରହିବା ସହ ଅନ୍ୟ ହୋଟେଲ ବ୍ୟବସାୟୀମାନେ କାଠଚୁଲାରେ ରୋଷେଇ କରୁଛନ୍ତି। କାଠଚୁଲାରେ ଖାଦ୍ୟ ତିଆରି ଲାଗି ଅଧିକ ସମୟ ଲାଗିଥିବାରୁ ଖାଦ୍ୟର ପ୍ରକାର କମାଇବାକୁ ପଡ଼ିବା ବ୍ୟବସାୟୀମାନେ କହିଛନ୍ତି। ହୋଟେଲରେ କାର୍ଯ୍ୟରତ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖ୍ ହୋଟେଲ ବନ୍ଦନ କରି କାଠଚୁଲା ଉପରେ ନିର୍ଭର କରୁଛନ୍ତି । କମର୍ସିଆଲ ଗ୍ୟାସ ମିଳୁ ନଥିବାରୁ ଓ ଘରୋଇ ଗ୍ୟାସ ମିଳିବାରେ ବିଳମ୍ବ ହେଉଥିବାରୁ ଅନେକ ଜଳଖୁଆ ଦୋକାନୀ କାଠ ମହଙ୍ଗା ଦରରେ କିଣିବାକୁ ପଡ଼ିଛି। ଏହାର ସିଧା ସଳଖ ପ୍ରଭାବ ଖାଉଟି ମାନଙ୍କ ଉପରେ ପଡୁଛି କାରଣ ବର୍ତ୍ତମାନ ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇଚି। ଗ୍ୟାସ ଅଭାବରୁ ହୋଟେଲ ଓ ଜଳଖୁଆ ଦୋକାନ ମାଲିକମାନେ ଦର ବୃଦ୍ଧି କରିବାକୁ ବାଧ୍ୟ ହେଉଥିବା କିଛି ହଟେଲ ମଲିକ କହିଛନ୍ତି।ବର୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖ୍ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଦାବି ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!