ହଳଦୀ ଗ୍ରାମରେ କାଳବୈଶାଖୀରେ ଉଡ଼ିଗଲା ଘର ଛପର

ବିଦ୍ରୋ:- ଝିଅ ବାହାଘର ଏହାକୁ ନେଇ ଚିନ୍ତାରେ ପରିବାରନବରଙ୍ଗପୁର : ଡାବୁଗାଁ ବ୍ଲକ ଚଚରାଗୁଡ଼ା ପଞ୍ଚାୟତ ହଳଦୀ ଗ୍ରାମରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ୪ଟି ଘରର ଆଜବେଷ୍ଟସ୍ ଛପର ଉଡ଼ି ଯାଇଥିବା ବେଳେ ଭୈରବ ମନ୍ଦିର ଓ ନୂତନ ଭାବେ ନିର୍ମିତ ଭୋଗ ମଣ୍ଡପର ଟିଣ ଛପର ଉଡ଼ି ଯାଇଛି।ହଳଦୀ ଗ୍ରାମର
ଦୀନବନ୍ଧୁ ନାୟକଙ୍କ ଝିଅ ବାହାଘର ରବିବାର ଥିବା ବେଳେ କାଳବୈଶାଖୀ ପ୍ରଭାବରେ ଘରର ଛପର ସମ୍ପୂର୍ଣ୍ଣ ଭାବେ ଉଡ଼ି ଯାଇ ମୂଲ୍ୟବାନ ଆସବାବପତ୍ର ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି। କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ସହିତ ପ୍ରବଳ ପବନ ହୋଇଥିଲା। ପବନର ଗତି ଏତେ ତୀବ୍ର ଥିଲା ଯେ, ହଳଦୀ ଗ୍ରାମର ଦୀନବନ୍ଧୁ ନାୟକ, ବାଲଚାନ୍ଦ ଜାନି, ଜଗବନ୍ଧୁ ଜାନି ଓ ଜୟସିଂହ ଭତରାଙ୍କ ଘର ଆଜବେଷ୍ଟସ୍ ଉଡ଼ି ଯାଇଥିଲା । ଆଜବେଷ୍ଟସ୍ ଖଣ୍ଡ ଖଣ୍ଡ ହୋଇ ପଡ଼ିଥିଲା। କୁଆପଥର ବର୍ଷା ସହ ପବନ ବହୁ ଥିବାରୁ କ୍ଷତିଗ୍ରସ୍ତ ୪ଟି ପରିବାର ପଡ଼ୋଶୀଙ୍କ ଘର ଗୁଡ଼ିକରେ ଆଶ୍ରୟ ନେଇଥିଲେ | ରାତି ୮ଟାରେ କାଳବୈଶାଖୀର ପ୍ରଭାବ କମିବା ପରେ କ୍ଷତିଗ୍ରସ୍ତ ପରିବାର ନିଜ ଘରକୁ ଯାଇ ଦେଖିବା ବେଳକୁ ଘର ମଧ୍ୟରେ ଥିବା ଖାଦ୍ୟଶସ୍ୟ ସହ ବହୁ ମୂଲ୍ୟବାନ ଆସବାବପତ୍ର ସବୁ ବର୍ଷାରେ ଓଦା ହୋଇ ନଷ୍ଟ ହୋଇଯାଇଥିବା ଦେଖିଥିଲେ । ଗ୍ରାମର ଦୀନବନ୍ଧୁ ନାୟକଙ୍କ ଝିଅ ଚୁମୁକିଙ୍କ ବାହାଘର ରବିବାର ଥିବା ବେଳେ ବିବାହ କାର୍ଯ୍ୟ କିଭଳି ହେବ ସେନେଇ ପରିବାର ଚିନ୍ତାରେ ପଡିଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ସରକାରଙ୍କ ତରଫରୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି |ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!