ଡାବୁଗାଁ ବ୍ଲକରେ ଗ୍ୟାସ ସିଲିଣ୍ଡର ଟଙ୍କା ହଡ଼ପ, ପୂର୍ବତନ ସିଡିପିଓ ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଅଙ୍ଗନବାଡି କର୍ମି

ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର) :-ଡାବୁଗାଁ ଅଂଚଳରେ ଗ୍ୟାସ୍ ସଙ୍କଟ ଯୋଗୁଁ ଅଙ୍ଗନବାଡିର ଏକପିଜିଗ୍ୟାସ କେଳେଙ୍କାରୀ ଘଟଣା ପଦାରେ ପଡିଛି। ଅଙ୍ଗନବାଡିକୁ ଏଲପିଜି ଗ୍ୟାସ ସଂଯୋଗ ପାଇଁ ସରକାର ୩ବର୍ଷ ତଳେ ୭ ହଜାର ୫୦୦ ଟଙ୍କା ଲେଖାଏଁ ଦେଇଥିଲେ। ଡାବୁଗାଁ ବ୍ଳକର ୩୦ରୁ ଅଧିକ କେନ୍ଦ୍ରରୁ ଏହି ଟଙ୍କା ନିଜେ ସିଡିପିଓ ଆଦାୟ କରିଥିବା ଅଭିଯୋଗ ଆଣି ପ୍ରେସ ମିଟ ମାଧ୍ୟମରେ ଜଣାଇଛନ୍ତି ଅଙ୍ଗନବାଡି କର୍ମୀମାନେ । ୭ଟି କେନ୍ଦ୍ରକୁ ମୂଳରୁ ଗ୍ୟାସ ସିଲିଣ୍ଡର କି ଚୂଲା ଦିଆଯାଇ ନଥିବା ବେଳେ ଅନ୍ୟ କେନ୍ଦ୍ରଗୁଡିକୁ ବିନା ଖାତାରେ ଏଲପିଜି ଗ୍ୟାସ ଓ ଚୂଲା ଦିଆଯାଇଛି। ଏହାଶହ କିଛି କେନ୍ଦ୍ରରେ ଇଣ୍ଡିଆନ ଗ୍ୟାସ ସଂଯଗ କରାଯାଇଥିଲା ଯାହାକି ଏହି ଏଜେନ୍ସି ଡାବୁଗାଁ ଅଂଚଳରେ ନାହିଁ।ଏଭଳି ଅଭିଯୋଗ କରିଛତି ସମ୍ପୃକ୍ତ କେନ୍ଦ୍ରର କର୍ମୀମାନେ। ଏଥି ପାଇଁ ତତ୍କାଳୀନ ସିଡିପିଓ ଗୀତାଞ୍ଜଳି ମହାରଣାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଡାବୁଗାଁ ବ୍ଲକର 30ରୁ ଉର୍ଦ୍ଧ ଅଙ୍ଗନବାଡିକେନ୍ଦ୍ରର କର୍ମୀ ମାନେ।
ତତ୍କାଳୀନ ସିଡିପିଓ ଶ୍ରୀମତୀ ମହାରଣା ୩୦ରୁ ଅଧିକ କର୍ମୀଙ୍କ ଠାରୁ ୭ ହଜାର, ଟଙ୍କା ଲେଖାଏଁ ଆଦାୟ କରିଥିଲେ। ସେଥିମଧ୍ୟରୁ ୭ଟି କେନ୍ଦ୍ର ଭୀମାଗୁଡା, ଚାରଚାଟିଆଗୁଡା, ଡୁମୁରିଗୁଡା-୨ ଓ ଡୁମୁରୀଗୁଡା-୩ ଏବଂ ଉମରାହାଣ୍ଡି-୨ର କେନ୍ଦ୍ରକୁ ମୂଳରୁ ଗ୍ୟାସ ସଂଯୋଗ ଦିଆଯାଇ ନାହିଁ । ଚୁଲା କି ସିଲିଣ୍ଡର ମଧ୍ଯ ମିଳିନାହିଁ । ବଳକା ୨୩ଟି କେନ୍ଦ୍ରର କର୍ମୀଙ୍କୁ ଏଲପିଜି ଗ୍ୟାସ ଓ ଚୁଲା ଦିଆଯାଇଛି କିନ୍ତୁ ଉପଭୋକ୍ତା ଖାତା ମିଳିନାହିଁ। ଏବେ ଗ୍ୟାସ ସଙ୍କଟ ବେଳେ ବିନା ଖାତାରେ ଆଉ ସିଲିଣ୍ଡର ମିଳୁ ନଥିବା ବେଳେ ବିଭିନ୍ନ ସ୍ଥାନରେ କର୍ମୀମାନେ ନିଜ ଘରୋଇ ସିଲିଣ୍ଡର ଆଣି ରୋଷେଇ କରୁଛନ୍ତି। ତ’ ଆଉ କେଉଁଠି କାଠ ଚୁଲିରେ ରୋଷେଇ କରି ପିଲାଙ୍କୁ ଖାଦ୍ୟ ଦେଉଛନ୍ତି । ତତ୍କାଳନା ସିଡିପିଓ ବର୍ତ୍ତମାନ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ କାର୍ଯ୍ୟରତ ଥିବାରୁ ଗ୍ୟାସ ସଙ୍କଟ ପରେ ଉପଭୋକ୍ତା ଖାତା ପାଇଁ କର୍ମୀମାନେ ବନ୍ଧୁଗାଁ ଗସ୍ତ କରି ତାଙ୍କୁ ଭେଟି ଗୁହାରି କରିଥିଲେ। ଏଲପିଜି ସଂଯୋଗ ପାଇଁ ନେଇଥିବା ଟଙ୍କା କିମ୍ବା ଖାତା ମାଗିଥିଲେ। କିନ୍ତୁ ସିଡିପିଓ ସେମାନଙ୍କୁ ଓଲଟା ଧମକ ଦେଇ ବିଦା କରିଦେଇଥିବା କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସୁଫଳ ମିଳି ନଥିବା କହିଛନ୍ତି।
ଏନେଇ ବନ୍ଧୁଗାଁ ସିଡିପିଓ ଶ୍ରୀମତୀ ମହାରଣାଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନଙ୍କୁ ଏଲପିଜି ଗ୍ୟାସ ସଂଯୋଗ ପାଇଁ ଟଙ୍କା ଦିଆଯାଇଥିଲା। *ସେମାନଙ୍କ ସେକ୍ଟର ନେତ୍ରୀମାନେ ହିଁ ଏହି କାମ କରିଛନ୍ତି ବୋଲି ପାଲଟା ଅଭିଯୋଗ କରି ଏନେଇ କିଛି ଜାଣି ନଥିବା କହିଛନ୍ତି*ଏହି ଘଟଣାର ତଦନ୍ତ କରିବା ପରେ ବର୍ତ୍ତମାନ ଦାଇତ୍ୱ ରେ ଥିବା ସିଡିପିଓ ଏବଂ ବିଭାଗ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!