ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର):ଡାବୁଗାଁ ବ୍ଲକ ର ଜଣେ ସାମ୍ବାଦିକ ତଥା ସମାଜ ସେବୀ ସୁଶାନ୍ତ ପଣ୍ଡା । ତାଙ୍କୁ ସବୁବେଳେ ସମାଜ ସେବା କରିବା ପାଇଁ ଭଲ ଲାଗେ ତାହାର ଜ୍ୱଳନ୍ତ ଉଦାହରଣ ଆଜି ଦେଖାଗଲା । ଡାବୁଗାଁ ବ୍ଲକ କୁ ଜଣେ ବୃଦ୍ଧ ବିନା କୌଣସି ସାହାରା ରେ ବସି ବସି ଆସୁଥିବା ସମୟରେ ସମାଜ ସେବୀ ସୁଶାନ୍ତ ପଣ୍ଡା ଓ ଆଇନଜୀବୀ ମିହିର ସଙ୍କର ପାତ୍ର ତାଙ୍କ ନିକଟକୁ ପହଞ୍ଚି ତାଙ୍କ ସୁବିଧା ଅସୁବିଧା ବିସୟରେ ପଚାରି ବୁଝିଥିଲେ । ପରେ ଡାବୁଗାଁ ବିଡିଓ ଙ୍କ ପାଖକୁ ଯାଇ ସେହି ବୃଦ୍ଧ ଙ୍କ ଅସୁବିଧା ବିସୟରେ କହି ତାହାର ସମସ୍ତ ପ୍ରକାର ର ସୁବିଧା କିପରୀ ହେବ ସେ ନେଇ ଆଲୋଚନା କରିଥିଲେ । ପରେ ସମାଜ ସେବି ଶ୍ରୀ ପଣ୍ଡା ଓ ବରିଷ୍ଠ ଆଇନଜୀବୀ ଶ୍ରୀ ପାତ୍ର ଏକ ଅଟୋ ସାହାଯ୍ୟରେ ବୃଦ୍ଧ ଙ୍କୁ ଘରକୁ ନେଇ ଛାଡିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |