ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର):-ଡାବୁଗାଁ ବ୍ଲକ ପରିସର ମଧ୍ୟରେ ଡାବୁଗାଁ ବିଧାୟକଙ୍କ ଉପସ୍ଥିତି ରେ ଡାବୁଗାଁ ବ୍ଲକର ୧୨ଗୋଟି ପଂଚାୟତର ୨୧୦ ଜଣଙ୍କୁ ନୂତନ ଭାବରେ ଭତା ବଣ୍ଟନ କରାଯାଇଥିଲା ।ଏହି ଅବସରରେ ଡାବୁଗାଁ ବିଧାୟକ ଶ୍ରୀ ମୋନହର ରନ୍ଧାରୀ ମୁଖ୍ୟ ଅତିଥି ଭାବରେ ଆଜିର କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଡାବୁଗାଁ ବ୍ଲକ ଅଧକ୍ଷା ସମେତ ଡାବୁଗାଁ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ ଡାବୁଗାଁ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର , ସାଂସଦ ପ୍ରତିନିଧି ଜେ ରାଜ ଶେଖର ରାଓ, ଜି କିରନ କୁମାର, ବିଜେପି ବ୍ଲକ ମଣ୍ଡଳ ସାଭପତି ମନଜ ପାତ୍ର,ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତ୍ରା, କଂଗ୍ରସ ବ୍ଲକ ସାଭପତି ଜି ସାଇ ରାଜୁ, ବିଜେଡି ବରିଷ୍ଟ ନେତା ଏମ ଆପା ରାଓ ସମେତ ସମସ୍ତ ସମିତି ସଭ୍ୟା, ସରପଞ୍ଚ ଏବଂ ହିତାଧିକାରୀ ମାନେ। ଆଜିର କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ତାଙ୍କୁ ସହଯୋଗ କରିଥିଲେ ବ୍ଲକ କର୍ମଚାରୀ ମାନେ ଏବଂ ସମସ୍ତ ପଞ୍ଚାୟତ ରୁ ଆସିଥିବା ସରକାରୀ କର୍ମଚାରୀ ମାନେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |