ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) ଡାବୁଗାଁ ଅଂଚଳରେ ସବୁ ବର୍ଷ ଠାରୁ ଚଳିତ ବର୍ଷର ଗ୍ରୀଷ୍ମ ତାତି ଅଧିକ ହେଉଛି । ବିଗତ ଦଶବର୍ଷ ମଧ୍ୟରେ ମେ ମାସରେ ଏଭଳି ଅସହ୍ଯ ଗରମ କେବେ ଅନୁଭୂତ ହୋଇନଥିବା କହି ଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଜନସଂଖ୍ୟା ବୃଦ୍ଧି ସହ ଜଙ୍ଗଲ କ୍ଷୟ ସହରୀକରଣ ଯୋଗୁଁ ଜଳସ୍ତର ହ୍ରାସ ସହ ବାୟୁ ମଣ୍ଡଳ ତାପମାତ୍ରା ଅସ୍ଵାଭାବିକ ଭାବେ ବୃଦ୍ଧି ପାଇଛି । ଯାହାଫଳରେ ଉତ୍ତପ୍ତ ପରିବେଶ ମଧ୍ୟରେ ଅସହ୍ୟ ତାତିରେ ରହିବାକୁ ପଡ଼ୁଛି । ଦିନ ୧୨ ଘଣ୍ଟା ପରେ ଘରୁ ବାହାରିବା ମୁସ୍କିଲ ହେଉଛି। ଦୈନନ୍ଦିନ ବଜାରରେ ଦିନ ୧୨ ଘଣ୍ଟା ରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଅସମ୍ଭାଳ ଗରମ ଅନୁଭୂତ ହେଉଛି। ତାତି ଗୁଳୁଗୁଳି ଭୟରେ ବାହାରୁ ନାହାନ୍ତି ଲୋକ। ଡାବୁଗାଁ ଅଂଚଳରେ ଦିନବେଳେ ବଜାର ଜନ ଶୂନ୍ୟ ହୋଇ ପଡୁଛି । କାଆଁ ଭାଁ ଦୋକାନ କିଛି ଖୋଲା ଥିବା ବେଳେ କାମ ଥିଲେ ବାଧ୍ୟରେ କିଛି ଲୋକ ବାହାରୁ ଥିବା ବଜାରରେ ଦେଖୁବାକୁ ମିଳୁଛି। ଗତ କିଛିଦିନ ହେବ ଅଧିକରୁ ଅଧିକ ଗରମ ଗୁଳୁଗୁଳି ଜାରି ରହିଛି। ପାଣିପାଗ ବିଭାଗ ସୂଚନା ପ୍ରକାରେ ଦିନରେ ପାରଦ ୨୭ ଡିଗ୍ରୀ ରୁ ୩୮ ଡିଗ୍ରୀ ସେଲସିୟସରୁ କମ୍ ରହୁ ନାହିଁ । ପ୍ରାକୃତିକ ଜଙ୍ଗଲ ଧ୍ବଂସ ଓ ହ୍ରାସ ହେବା ଏହାର ପ୍ରମୁଖ କାରଣ ହୋଇଥିବାବେଳେ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ବନୀକରଣ, ଜଙ୍ଗଲର ପୁନଃଉଦ୍ଧାର ଗଛ ସଂଖ୍ୟା ବୃଦ୍ଧିର ନିହାତି ଆବଶ୍ୟକତା ରହିଛି। ଏକ ଦଶନ୍ଧି ତଳେ ଡାବୁଗାଁ ଅଞ୍ଚଳରେ ଏପ୍ରକାର ଗ୍ରୀଷ୍ମ ପ୍ରବାହ ନଥିଲା |ଜନସଂଖ୍ୟା ବୃଦ୍ଧି ସହ କଂକ୍ରିଟ ଜଙ୍ଗଲ ବଢିବାରେ ଲାଗିଛି। ଦିନକୁ ଦିନ କୋଠା ଗୃହ ନିର୍ମାଣ ପୁଣି ଏଥି ପାଇଁ ବ୍ୟବହାର ହେଉଥିବା ଲୁହା ଛଡ, ମେଟାଲ, କଂକ୍ରିଟ ଚିପ୍ସ ଟାଇଲ ଆଦି ସାମଗ୍ରୀ ବ୍ୟବାହର ହେଉଥିବାରୁ ଉତ୍ତାପ ବୃଦ୍ଧି ପାଇଛି। ପରିବେଶ ସନ୍ତୁଳନ ରଖିବା ପାଇଁ ଅଧୂକ ସଂଖ୍ୟାରେ ବୃକ୍ଷ ରୋପଣ ଏହାର ଏକ ମାତ୍ର ବିକଳ୍ପ । ଖାଲି ସରକାରୀ ସ୍ଥାରରେ ନୁହେଁ ସାଧାରଣ ନାଗରିକ ମାନେ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ସହ ବୃକ୍ଷ ରପଣକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହୁଛି। ନଚେତ ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହକୁ ମୁକାଭିଲା କରିବା କଷ୍ଟକର ହୋଇ ପଡିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |