ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର,):- ଭାରତ ମାଳା ରାସ୍ତାରେ ଗତ ଅପ୍ରେଲ ମାସ ସୁଦ୍ଧା ୨୦ରୁ ଊର୍ଦ୍ଧ୍ବ ଛୋଟ ବଡ଼ ଦୁର୍ଘଟଣାରେ ୭ଜଣଙ୍କ ଜୀବନହାନୀ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଦେଇ ଯାଇଥିବା ଭାରତମାଳା ରାସ୍ତାର ନବରଙ୍ଗପୁର ଠାରୁ ରାଇଘର ଯାଏଁ ୧୨୪ କିଲୋମିଟର ରାସ୍ତାକୁ ସମ୍ପୁର୍ଣ୍ଣ ରୁପେ ବନ୍ଦ କରାଯାଇଛି।ଏନ୍‌ଏଚ୍‌ଆଇଏ ର ମେଣ୍ଟନାନସ୍ ମ୍ୟାନଜର ଯୋଗେଶ୍ବର ଯାଦବ ଏନେଇ ସୂଚନା ଦେଇଛନ୍ତି , ୯ଟି ଟୋଲ୍‌ରେ ସମ୍ପୁର୍ଣ୍ଣ ରୁପେ ବନ୍ଦ ହୋଇଛି ଭାରତମାଳା ରାସ୍ତା । ଏପରିକି ରାସ୍ତା ଦେଇ ଗାଁ ଗହଳିରୁ ବାଇକରୁ ଆରମ୍ଭ କରି ବିଭିନ୍ନ ଯାନବାହନ ଯିବା ଆସିବା କରୁଛନ୍ତି। ତା ବାଦେ ଗୋଚାଳଣ ଅଧିକା ହେଉଛି। ଫଳରେଭାରତମାଳା ରାସ୍ତା ନଷ୍ଟ ହେଉଛି ବୋଲି କହିଛନ୍ତି ଶ୍ରୀ ଯାଦବ। ରାସ୍ତାଟି ଖୋଲାଥିବାରୁ ଏହାରି ମଧ୍ୟରେ ମରଣଯନ୍ତା ସାଜିଛି। ଉମରକୋଟ ୟୁ ଭି ୭ ନୁଆଗୁଡ଼ାର ସୁଦନ ସାନା ଗତ ୨୦୨୫ଜୁଲାଇରେ ବାଇକ୍ ଦୁର୍ଘଟଣାରେ ମୃତ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ନାଭେମ୍ବର ୪ରେ ପିକ ଅପ୍ ଓ ବାଇକ୍ ଧକ୍କାରେ ଝରିଗାଁ ବ୍ଲକ ଧୋଡ୍ରା ଗ୍ରାମର ଅଭିନାଶ ମାଙ୍ଗୋଲି (୨୧) ମୃତ ହୋଇଥିଲେ। ତାଙ୍କ ସହ ଥିବା ରୁଦ୍ର ଗୁରୁତର ଆହତ ହୋଇଥିଲେ। ଝରିଗାଁ ଗୋଟିଏ ବ୍ରତଘର ଭୋଜିକୁ ଆସି କୋରାପୁଟର ଗୋଟିଏ ପରିବାରର ୪ ଜଣ ମୃତ୍ୟୁ , ଉମରକୋଟ ଅଧିକାରିଗୁଡ଼ା ଓ ମୃତ୍ତୁମାର ୩ ଯୁବକ ଓ ଝରିଗାଁର ଗୋଟିଏ ପରିବାରର ୩ଜଣଙ୍କର ମୃତ୍ୟୁ ହୋଇଛି। ଏସବୁକୁ ଦୃଷ୍ଟିରେ ରଖି ଭାରତମାଳା ରାସ୍ତାକୁ ବନ୍ଦ କରାଯାଇଛି। ଏନେଇ ଏନ୍‌ଏଚଏଆଇଏ ପକ୍ଷରୁ ସାମୟିକ ଭାବେ ବନ୍ଦକରିବାକୁ ଚିଠି ଦେଇଥିଲେ ବୋଲି କହିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ। ଏତେବଡ ରାସ୍ତାରେ ଯିବା ଆସିବା କରୁଥିବା ଗାଡିକୁ ଯାଂଚ କରିବା ପୁଲିସ ଓ ପ୍ରଶାସନ ପକ୍ଷରୁ ସମ୍ଭବ ପର ନୁହେଁ। ବିଭିନ୍ନ ରାସ୍ତାରୁ ବାଇକ ଯିବା ଏବଂ ରାସ୍ତା ସମ୍ପୁର୍ଣ୍ଣ ନ ହେଉଣୁ ରାୟପୁରରୁ ବି ଗାଡି ପଳାଇ ଆସୁଛି। ମଝିରେ ମଝିରେ ରାସ୍ତାର ପ୍ରଶସ୍ତୀକରଣ ଆଦି ଚାଳିଥିବାରୁ ଦୁର୍ଘଟଣା ହୋଇ ଜୀବନହାନୀ ହେଉଛି। ବନ୍ଦ କରାଯିବା ଠିକ, ଏହି ରାସ୍ତାରେ ଦୁର୍ଘଟଣା ହେଲେ ବୀମା କମ୍ପାନୀ ବୀମା ରାଶି ବି ଦେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!