ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର,):ପଶ୍ଚିମ ବଙ୍ଗ ଓ ଆସାମ ବିଧାନ ସଭା ନିର୍ବାଚନ ରେ ବିଜେପି ର ବଡ ସଫଳତା ଯୋଗୁଁ ଡାବୁଗାଁ ମଣ୍ଡଳ ରେ ବିଜେପି ସମର୍ଥକ ମାନଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି। ମଣ୍ଡଳ ସଭାପତି ମନୋଜ କୁମାର ପାତ୍ର, ଜିଲ୍ଲା ସଂପାଦକ ଜେ ରାଜଶେଖର ରାଓ, ବରିଷ୍ଠ ନେତା ଜୟନ୍ତ ପାତ୍ର, ମଣ୍ଡଳ ସାଧାରଣ ସମ୍ପାଦକ ନରେଶ ସିଂ ଓ ନରୁ ସିଂ, କୃଷକ ମୋର୍ଚ୍ଚା ଜିଲ୍ଲା କୋଷାଧ୍ୟକ୍ଷ ଜି କିରଣ କୁମାର, ଜି ସତ୍ୟ ରାଓ, ଓ୍ବାଇ ରାଜ କୁମାର, ଦିନେଶ ସିଂ, ଗୋପୀ ଦେଲି, ଆର୍ ଶଙ୍କର ରାଓ, ଭୀମ ଜେନା, କିଶୋର ପାତ୍ର, ଭାଷ୍କର ମହାପାତ୍ର ଏବଂ ଅନ୍ୟ ମାନଙ୍କ ଉପସ୍ଥିତି ରେ ଆନନ୍ଦ ଉଲ୍ଲାସର ସହ ବିଜେପି ର ଜୟ ଧ୍ୱନି ଦେଇ କାର୍ଯ୍ୟକର୍ତ୍ତା ଡାବୁଗାଁ ମୁଖ୍ୟ ଛୋକ ନିକଟକୁ ଆସିଥିଲେ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |