ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର):- ପାପଡାଖହାଣ୍ଡି ବ୍ଲକ ଖୁଟଗୁଡା ରେ ଅନୁଷ୍ଠିତ ଏକ ଧାର୍ମିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ହିନ୍ଦୁ ମହାସଂଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ତ। ସଂକୀର୍ତ୍ତନ ଗୁରୁ ଗୋରା ହରିଜନ ଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ଲୋକ କଳା ପରିଷଦ ର ଜିଲ୍ଲା ମୁଖ୍ୟ ଅଶୋକ ପାତ୍ର ଓ ଜୟସେନ ନାଗେଶ ମଧ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଗ୍ରାମବାସୀଙ୍କ ଦ୍ବାରା ଏକ ସଂକୀର୍ତ୍ତନ ମଣ୍ଡଳୀ ର ଶୁଭାରମ୍ଭ ସହ ଅଷ୍ଟ ପ୍ରହରୀ ନାମ ଯଜ୍ଞର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଅଞ୍ଚଳରୁ ନାମ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |