ଜବାଗୁଡା ଗ୍ରାମରେ କାଳବୈଶାଖୀର ତାଣ୍ଡବ ତେନ୍ତୁଳି ଗଛପଡି 3ଟି ଘର ଭାଙ୍ଗିଲା ଅଲ୍ପକେ ବର୍ତ୍ତିଲେ ପରିବାର ବର୍ଗ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) :- ଡାବୁଗାଁ ବ୍ଲକ ଜବାଗୁଡା ଗ୍ରାମରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଅପରାହ୍ନ ରେ ଘଡଘଡି ସହ ପବନ ବର୍ଷା ହେବା ଯୋଗୁଁ ଭାଙ୍ଗିଲା ବିରାଟ କାୟ ତେନ୍ତୁଳି ଗଛ । ତେନ୍ତୁଳି ଗଛ ପଡିବାରୁ ୩ଟି ଘର ଭଙ୍ଗୀ ଯାଇଛି। ଘରଗୁଡିକ ହେଲା ଜବାଗୁଡା ଗ୍ରାମର ଜଗଦିଶ ଗୌଡ଼, ଦଶମତ ଗୌଡ଼ ଓ ସୁଦର ଗୌଡ଼ଙ୍କ। ଯାହାବି ହେଉ ଆଜି ମରଣ ମୁଖରୁ ଅଲ୍ପକେ ବର୍ତ୍ତିଯାଇଥିଲେ 3ଟି ପରିବାର । ଏଭଳି ହରିଜନ ସାହିର ସୁବାସ ମିର୍ଗାନଙ୍କ ଘରର ଆଜବେଷ୍ଟ ଟିଣ ଭାଙ୍ଗି ଯାଇଥିଲା ପବନ ବର୍ଷାରେ ଏବଂ ଘରର ଜିନିଷ ପାତ୍ର ନଷ୍ଟ ହୋଇଯାଇଛି। ଏହି ଘଟଣା ବିଷୟରେ ସୂଚନା ପାଇ ଘଟଣା ସ୍ଥଳରେ ଜବାଗୁଡା ପଂଚାୟତ ର ସରପଞ୍ଚ ରଘୁନାଥ ଭତ୍ରା ପହଞ୍ଚି ଏହାର ତଦନ୍ତ କରିଥିଲେ ଏବଂ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଡାବୁଗାଁ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!