ନବରଙ୍ଗପୁର( ମିହିର ଶଙ୍କର ପାତ୍ର) :- ନବରଙ୍ଗପୁର :-ପବିତ୍ର ସାବିତ୍ରୀ ବ୍ରତ ଅବସରରେ ସମଗ୍ର ରାଜ୍ୟ ଚଳଚଞ୍ଚଳ ହୋଇଉଠିଥିବା ବେଳେ ଏଥିରୁ ବାଦ ପଡିନି ଡାବୁଗାଁ ଅଞ୍ଚଳ । ସଖାଲୁ ଉଠି ବିବାହିତା ମହିଳାମାନେ ଉପବାସ ଧାରଣ କରି ପୁଷ୍ପ ଫଳମୂଳ ସହ, ଶଙ୍ଖା, ସିନ୍ଦୁର ଧରି ବିଭିନ୍ନ ମନ୍ଦିର ଯାଇ ପୂଜା କରିବା ସହ ଘରମାନଙ୍କରେ ପବିତ୍ର ସାବିତ୍ରୀ ବ୍ରତ କଲେ। ସାବିତ୍ରୀ ନିଜର ପତିବ୍ରତା ବଳରେ ଯମରାଜଙ୍କ ଠାରୁ ସ୍ବାମୀ ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଥିଲେ । ଏଥିପାଇଁ ଆଜି ସଧବା ନାରୀମାନେ ସାବିତ୍ରୀ ବ୍ରତ ଧାରଣ କରି ପ୍ରଭୁଙ୍କ ନିକଟରେ ନିଜ ସ୍ବାମୀଙ୍କର ନିରୋଗ ତଥା ଦୀର୍ଘ ଜୀବନ କାମନା କରିଥାନ୍ତି।ବ୍ରତ ସରିବା ପରେ ମହିଳା ମାନେ ସ୍ୱାମୀଙ୍କ ଆଶ୍ରିବାଦ ନେଇ ଫଳମୂଳ ଖାଇଥିବା ମଧ୍ୟ ଦେଖିବାକୁ ମିଳିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |