ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର):-ଡାବୁଗାଁ ବ୍ଲକ ର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଡାବୁଗାଁ ବ୍ଲକ ର ଚାଷୀ ଙ୍କୁ ଅଦା ବିହନ ବଣ୍ଟନ ମଙ୍ଗଳବାର କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ର ୧୨ ଟି ପଞ୍ଚାୟତ ର ୪ ହେକ୍ଟର ଜମି ରେ ଅଦା ଚାଷ ପାଇଁ ୪୦ଜଣ ଚଷି ଙ୍କୁ ୭୫ କେଜି ଲେଖାଏଁ ୩ କୁଇଣ୍ଟାଲ ଅଦା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା ଚାଷୀ ଙ୍କୁ ଅଦା ବଣ୍ଟନ କରିଥିଲେ । ଅଦା ଚାଷ ହେବା ପରେ ଚାଷୀ ଙ୍କୁ ସରକାର ଙ୍କ ତାରଫରୁ ସବସିଡି ଦିଆଯିବ ବୋଲି ଶ୍ରୀ ପଣ୍ଡା ଚାଷୀଙ୍କୁ ସୂଚନା ପ୍ରଦାନ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |