ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର): ବୁଧବାର ଅପରାହ୍ନରେ ରାଜ୍ୟରେ ଯୁକ୍ତ ୨ ବିଜ୍ଞାନ, କଳା ଓ ବାଣିଜ୍ୟ ପରିକ୍ଷା ଫଳ ପ୍ରକାଶ ପାଇଛି | ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧିନ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ କଳା ବିଭାଗରେ ୨୮୯ ଜଣ ଛାତ୍ରୀଛାତ୍ର ଙ୍କ ମଧ୍ୟରୁ ୨୪୦ ଛାତ୍ରୀଛାତ୍ର ପାସ କରିଛନ୍ତି | ଏଥିରେ ୨୫ ଜଣ ପ୍ରଥମ, ୨ୟ ଶ୍ରେଣୀରେ ୪୮ ଜଣ ଓ ୩ୟ ଶ୍ରେଣୀରେ ୧୬୭ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି | ବିଦ୍ୟାଳୟରେ ୮୩॰୦୪ ପ୍ରତିଶତ ପରିକ୍ଷା ଫଳ ହୋଇଛି | ଏହି ବିଦ୍ୟାଳୟର ଛାତ୍ର ବଳରାମ ତନ୍ତୀ ୪୯୦ ନମ୍ବର ବା ୮୧.୬୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି | +୨ ବାଣିଜ୍ୟ ବିଭାଗରେ ୧୦୨ ଜଣ ଛାତ୍ରୀଛାତ୍ର ଙ୍କ ମଧ୍ୟରୁ ୭୩ ଛାତ୍ରୀଛାତ୍ର ପାସ କରିଛନ୍ତି | ଏଥିରେ ୭ ଜଣ ପ୍ରଥମ, ୨ୟ ଶ୍ରେଣୀରେ ୧୨ ଜଣ ଓ ୩ୟ ଶ୍ରେଣୀରେ ୫୪ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୭୧॰୫୬ ପ୍ରତିଶତ ପରିକ୍ଷା ଫଳ ହୋଇଛି | ଏହି ବିଦ୍ୟାଳୟର ଛାତ୍ର ଗିରିଧର ଭତରା ୪୨୮ ନମ୍ବର ବା ୭୧.୯୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି | +୨ ବିଜ୍ଞାନ ବିଭାଗରେ ୫୭ ଜଣ ଛାତ୍ରୀଛାତ୍ର ଙ୍କ ମଧ୍ୟରୁ ୫୦ ଛାତ୍ରୀଛାତ୍ର ପାସ କରିଛନ୍ତି | ଏଥିରେ ୯ ଜଣ ପ୍ରଥମ, ୨ୟ ଶ୍ରେଣୀରେ ୨୧ ଜଣ ଓ ୩ୟ ଶ୍ରେଣୀରେ ୨୦ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୮୭॰୭୧ ପ୍ରତିଶତ ପରିକ୍ଷା ଫଳ ହୋଇଛି | ଏହି ବିଦ୍ୟାଳୟର ଛାତ୍ର ରଞ୍ଜିତ ଗଣ୍ଡ ୪୪୩ ନମ୍ବର ବା ୭୩.୮୩ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |