ଗୋରୁ ବେପାରୀଙ୍କ କବଳରୁ ୧୧୨ ଗୋରୁ ଉଦ୍ଧାର, ୧୦ଜଣ ଗିରଫ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର,): ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲା ପୁଲିସ ୨ଦିନ ଭିତରେ ୧୧୨ ଗୋରୁ ଉଦ୍ଧାର କରିଛି। ଏହି କାରବାରରେ ସମ୍ପୃକ୍ତ ୧୦ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ମୈଦଲପୁର ଓ ପାପଡ଼ାହାଣ୍ଡିରେ ୨ଟି ପୃଥକ୍ ମାମଲା ରୁଜୁ କରାଯାଇଛି । ପାପଡ଼ାହାଣ୍ଡି ଥାନା ପକ୍ଷରୁ କାମତା ପରଜାଗୁଡ଼ା ଗାଁର ମାକ୍ରମ ଜାନୀ(୪୦), ମାରାଲି ଗାଁର ଅନନ୍ତ ଗରଡ଼ା(୪୦), ମେଣ୍ଟ୍ରି ର ମନ ଗୌଡ଼ (୪୦),କାମତାର ତେଲି ବାଗ(୫୦), ଟିମନପୁରର ମାଧବ ପୂଜାରୀ (୬୦), ନୂଆ ପୂଜାରୀଗୁଡ଼ାର ଦୀନବନ୍ଧୁ ବାଗ (୫୦), ପଟାକୋଟର କୃଷ୍ଣ ହରିଜନ (୩୧) ଓ ସାନ କୁମୁଲିର ବିଶାଳ ସୁନା (୩୫)ଙ୍କୁ ଗିରଫ କରାଯାଇଥିବା ବେଳେ ମୈଦଲପୁର ଥାନାରେ ଉତ୍ତରପ୍ରଦେଶ ସାହେଲ କ୍ୟୁରେସୀ(୨୩) ଓ ବିଜୟ ସିଂ ଚୌଧୁରୀ(୬୦)ଙ୍କୁ ଗିରଫ କରାଯାଇଛି। ଏମାନଙ୍କ ପାଖରୁ ୨ଟି ମୋବାଇଲ, ଗୋଟିଏ କଣ୍ଟେନର ଜବତ କରାଯାଇଥିବା ପୁଲିସ କହିଛି। ମୈଦଲପୁର ଥାନାଧିକାରୀ ଯୁଗଳ ଶବରଙ୍କ ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ପାପଡାହାଣ୍ଡି ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଉପରୋକ୍ତ ୮ଜଣ ଅଭିଯୁକ୍ତ ୮୧ ଗୋରୁଙ୍କୁ ନେଉଥିଲେ । ରାତି ପ୍ରାୟ ୨ଟାରେ ପଟାକୋଟ ଛକ ପାଖରେ ପୁଲିସ ଗୋରୁଙ୍କୁ ଉଦ୍ଧାର କରିଥିଲା। ପ୍ରାଣୀମାନଙ୍କୁ ସ୍ଥାନୀୟ ଗୋ’ଶାଳା ଜିମାରେ ଦିଆଯାଇଛି। ସେହିପରି ବୁଧବାର ରାତି ପ୍ରାୟ ୨ଟା ବେଳେ ଏକ କଣ୍ଟେନର (ଏପି ୩୯ ଟିଜି ୦୬୧୫)ରେ ରାଇଘରରୁ ୩୧ଟି ମଇଁଷିକୁ ଭର୍ତିକରି ପାର୍ବତୀପୁରମ୍ ଚାଲାଣ କରାଯାଉଥିବା ବେଳେ ମୈଦଲପୁର ପୁଲିସ ଚରାମୂଳା ଛକ ନିକଟରେ ଉଦ୍ଧାର କରିଥିଲା। ଉଦ୍ଧାର ମଇଁଷିଗୁଡିକୁ ଅଞ୍ଚଳର ପରିଚୟପତ୍ର ଦାଖଲ ପରେ ମାଲିକଙ୍କୁ ହସ୍ତାନ୍ତର କରାଯିବ ଥିବା ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!