ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର): ଡାବୁଗାଁ ସାପ୍ତାହିକ ହାଟ ପାଇଁ ଡଙ୍ଗରିଗୁଡା ମୌଜା ର ପ୍ଲଟ ନମ୍ବର ୧୯୪୧ କୁ କୋ-ଅପେରେଟିଭ୍ ବିଭାଗ କୁ ହସ୍ତାନ୍ତର କରିବା ପାଇଁ ଜବରଦଖଲ କରିଥିବା ବ୍ୟକ୍ତି ମାନଙ୍କୁ ଓଡ଼ିଶା ପ୍ରିଭେନସୋନ୍ ଅଫ୍ ଲେଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ ୧୯୭୨ ଅନୁସାରେ ପୂର୍ବରୁ ଦୁଇଥର ନୋଟିସ କରା ହୋଇଥିବା ସୂଚନା ମିଳିଛି ଏବଂ ଏହି ବିଷୟରେ ଆଲୋଚନା କରିବା ପାଇଁ ଡାବୁଗାଁ ତହସିଲଦାର ଗୀତା ମୁର୍ମୁଙ୍କ ନିର୍ଦେଶ କ୍ରମେ ଉକ୍ତ ଅଂଚଳରେ ଥିବା ଅଧିକାଂଶ ବ୍ୟକ୍ତି ଆଜି ତହସିଲଦାର କାର୍ଯ୍ୟାଳରେ ଉପସ୍ଥିତ ରହି ଆଲୋଚନା କରିଥିଲେ। ଏହି ଜବରଦଖଲ ଉଛେଦ ପୂର୍ବରୁ ଆଗାମୀ ମଙ୍ଗଳବାର ଦିନ ପୁଣିଥରେ ଆର ଏମ ସି କର୍ମଚାରୀଙ୍କ ଉପସ୍ଥିରେ ଡାବୁଗାଁ ଅଂଚଳର ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଡାବୁଗାଁ ତହସିଲରେ ଅଳଚନା କରାହେବ ବଳି ଡାବୁଗାଁ ତହସିଲଦାର ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |