ବତାସର ଗ୍ରାମରେ ୩ ମାସିଆ ବାଲିଯାତ୍ରା ଚାଲିଥିବା ସମୟରେ ଖୁଡ଼ଖୁଡି ଖେଳରେ ଗଣ୍ଡଗୋଳ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର, ) ତା ୨୫.୦୫.୨୦୨୬: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅଧିନ ଚେରଚେଟା ପଞ୍ଚାୟତ ର ବତାସର ଗ୍ରାମରେ ଚାଲିଥିଲା ୩ମାସିଆ ବାଲିଯାତ୍ରା। ଏହି ଅବସରେ ଶେଷ ଦିନରେ ରାତିରେ ନିରୀହ ଆଦିବାସୀଙ୍କ ପାଇଁ କମେଟି ତରଫରୁ ୨ ଗୋଟି ଆଦିବାସୀ ନାଟକ ଚାଲିଥିଲା। ଏହାର ସୁଯଗ ନେଇ ଖୁଡ଼ଖୁଡି ମାଫିଆ ମାନେ ସକ୍ରିୟ ସୋଇ ନିରୀହ ଆଦିବାସୀଙ୍କୁ ଶଷଣ କରିବା ପାଇଁ ବଡ ଧରଣର ୧୫ ଗୋଟି ଖୁଡଖୁଡି ଜୁଆ ଖେଳ ଚଳାଇ ଥିଲେ। ଏହି ଖେଳ ଚାଲିଥିବା ସମୟରେ ଗଣ୍ଡଗୋଳ ଆରମ୍ଭ ହେଇଥିଲା ଖୁଡ଼କୁଡି ମାଫିଆ ଏବଂ ଲକ ମାନଙ୍କ ମଧ୍ୟରେ ।କିନ୍ତୁ ଦୁଃଖର ବିଷୟ ପାପଡାହାଣ୍ଡି ପୋଲିସ ସେହି ସ୍ଥାନରୁ ମାତ୍ର 200 ମିଟର ଦୂରରେ ଥାଇ ମଧ୍ୟ ଗଣ୍ଡଗୋଳ ରକିବାରେ ଏବଂ ଖୁଡ଼ଖୁଡି ଜୁଆ ଖେଳକୁ ବନ୍ଦ କରିବାରେ ବିଫଳ ହେଲା। ଏହି ଘଟଣା ବିଷୟରେ ବାଧ୍ୟ ହୋଇ 112 କୁ ଫୋନ୍ କରିଥିଲେ କିଛି ସ୍ଥାନୀୟ ବାସିନ୍ଦା। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଏହି ଘଟଣା ବିଷୟରେ କଣ ପଦକ୍ଷେପ ନେଉଛି ଏବଂ ଜୁଆ ମାଫିଆଙ୍କ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ପାପଡାହାଣ୍ଡି ବ୍ଲକରେ ବର୍ତ୍ତମାନ ଅଧିକାଂଶ ଗ୍ରାମରେ ପାରମ୍ପରିକ ବଜାର ଚାଲିଛି ଏହାର ଭରପୁର ପଇଦା ଉଠାଉଛନ୍ତି ଏହି ଜୁଆ ମାଫିଆ ମାନେ ଆଗାମୀ କିଛିଦିନ ଭିତରେ ବରଦେଇ ଗ୍ରାମରେ ମଧ୍ୟ ଯାତ୍ରା ଥିବାର ସୂଚନା ମିଳିଛି।ସ୍ଥାନୀୟ ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଖୁଡ଼ଖୁଡି ଜୁଆ ଖେଳ ରକିବାରେ କିଭଳି ସଫଳ ହେଉଛି ତାହା ଏବେ ଦେଖିବାକୁ ବାକି ରହିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!