ହୋ ହାଲା ରେ ଶେଷ ହେଲା କୋଷାଗୁମୁଡ଼ା ବ୍ଲକରେ ପଞ୍ଚାୟତ ସମିତି ବୈଠକ

ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର):-କୋଷାଗୁମୁଡ଼ା ବ୍ଲକ ର ୨୬ଗୋଟି ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ, ଚେୟାରମ୍ୟାନ, ଭାଇଶ ଚେୟାରମ୍ୟାନ, ବିଡ଼ିଓ, ନବରଙ୍ଗପୁର ବିଧାୟକ,ମେଡ଼ିକାଲ ଅଫିସର, ଏଇ, ଜେଇ, ଜିପିଡିଓ, ସାଂସଦ ପ୍ରତିନିଧି ,ବିଇଓ ପ୍ରମୁଖଙ୍କ ସହ ବ୍ଲକ ସ୍ତରୀୟ କର୍ମଚାରୀ ଉପସ୍ଥିତ ଥିଲେ । ତେବେ ଏହି ସମିତି ବୈଠକରେ ବ୍ଲକର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁନେଇ ବିଜେପି କର୍ମୀ ଓ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା । ପରେ ସମିତି ବୈଠକରେ ଏହି ଯୁକ୍ତିତର୍କ ହୋ ହାଲା ସହ ତୀଵ୍ର ତର ହୋଇଥିଲା । ଏହି ହୋ ହାଲାକୁ ନେଇ ଉପସ୍ଥିତ ଭଦ୍ର ମଣ୍ଡଳୀ ଓ ଅଧିକାରୀ ମାନେ ଅବାକ ହୋଇଥିଲେ । ଉପଦକ୍ଷଙ୍କ ବୁଝାମଣା ପରେ ବୈଠକ ସ୍ଥିର ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!