ଆଜିଠାରୁ ସ୍ନାତକ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର, ୨୭।୫ :୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଆବେଦନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୭ ତାରିଖରୁ ଅନ୍‌ଲାଇନ୍‌ରେ ଆବେଦନ ଆରମ୍ଭ ହେବ ଓ ଏହା ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବୁଧବାର ଅପରାହ୍ନ ୪ଟାରୁ ଛାତ୍ରୀଛାତ୍ରଙ୍କ ପାଇଁ କମନ ଆପ୍ଲିକେଶନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କରାଯିବ। ଛାତ୍ରୀଛାତ୍ର ନିଜ ପସନ୍ଦ ଅନୁଯାୟୀ ପାଠ୍ୟକ୍ରମକୁ ଚୟନ କରିପାରିବେ। ଗୋଟିଏ ମୁଖ୍ୟ ବିଷୟ ସହିତ ଦୁଇଟି ଉପବିଷୟ କିମ୍ବା ଦୁଇଟି ମୁଖ୍ୟ ବିଷୟ କିମ୍ବା ତିନିଟି ଉପବିଷୟ ଚୟନ କରିପାରିବେ। ଜୁନ ୧୭ରେ ପ୍ରଥମ ପର୍ଯ୍ୟାୟ ମେଧାତାଲିକା ପ୍ରକାଶ ପାଇବ।ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ଚୟନ ହୋଇଥିବା ପିଲାମାନେ ଜୁନ ୧୮ରୁ ୨୦ ମଧ୍ୟରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ଏହାପରେ ଜୁନ ୨୯ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଓ ଏହି ଛାତ୍ରୀଛାତ୍ରମାନେ ଜୁନ ୩୦ରୁ ଜୁଲାଇ ୪ ମଧ୍ୟରେ ନାମଲେଖାଇବେ। ଏହାପରେ ସ୍ପଟ୍‌ ନାମ ଲେଖା ପାଇଁ ଜୁଲାଇ ୮ରୁ ୧୦ତାରିଖ ମଧ୍ୟରେ ପିଲାମାନେ ଚଏସ୍‌ ଲକିଂ କରିବେ। ୧୫ ତାରିଖରେ ଏହାର ମେଧା ତାଲିକା ପ୍ରକାଶ ପାଇବା ପରେ ୧୭ତାରିଖ ମଧ୍ୟରେ ନାମଲେଖା ପ୍ରକ୍ରିୟା ସରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!