ଆଉ ୨ ଦିନ ଗରମ, ଭ୍ରାମ୍ୟମାଣ ହିଟ୍ୱେଭ ଶେଲଟର ନିର୍ମାଣ ପାଇଁ ନିଷ୍ପତ୍ତିV

ଭୁବନେଶ୍ବର ,୨୭।୫: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ ।   ସବୁଠି ଗରମ ଆଉ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ସକାଳୁ ସକାଳୁ ଆରମ୍ଭ ହୋଇଯାଉଛି ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ ସ୍ଥିତି ସାଂଘାତିକ । ଗରମ ଓ ଗୁଳୁଗୁଳିରେ କଲବଲ ହେଉଛି ଜନଜୀବନ । ଉପକୂଳ ଓ ଉତ୍ତର ଓଡ଼ିଶାରେ ତ ସ୍ଥିତି ଆହୁରି ଖରାପ । ଏମିତି ସ୍ଥିତିରେ ପାଣିପାଗ ବିଭାଗ କହୁଛି, ଆହୁରି ୩ ଦିନ ଯାଏଁ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ।  ୨୦ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଏହା ତଳକୁ ସମ୍ବଲପୁରରେ ୪୪.୪ ଡିଗ୍ରୀ, ହୀରାକୁଦ, ଭବାନୀପାଟଣା ଓ ନୂଆପଡ଼ା ୪୪, ସୋନପୁର ଓ ବୌଦ୍ଧ ୪୩.୮, ଝାରସୁଗୁଡା ୪୩.୪, ବଲାଙ୍ଗୀର ୪୩.୨, ସୁନ୍ଦରଗଡ଼ ଓ ବରଗଡ଼ରେ ୪୨, ନୟାଗଡ଼ ୪୧.୬, ନବରଙ୍ଗପୁରରେ ୪୧.୪, ବାରିପଦା ୪୧.୨, ଖୋର୍ଦ୍ଧା ଓ ମାଲକାନଗିରି ୪୧, ଫୁଲବାଣୀ ୪୦.୯ ଏବଂ ଅନୁଗୋଳରେ ତାପାମାତ୍ରା ୪୦.୧ ଡିଗ୍ରୀ ଛୁଇଁଥିଲା। ଆଉ ୨ଦିନ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିବ ନାହିଁ। ଆସନ୍ତା ୩ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ବୁଧବାର ଓ ଗୁରୁବାର ବୌଦ୍ଧ ଓ ବଲାଙ୍ଗୀର ଜିଲାକୁ ହିଟ୍‌ ଓ୍ବେଭ୍‌ ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ଜୁନ୍ ୨ ତାରିଖ ଯାଏଁ ହିଟୱେଭ୍ ସତର୍କତା ଜାରି କରିଛି ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ । ଗ୍ରୀଷ୍ମ ପ୍ରବାହ ଦିଶେନି, ହେଲେ ଅନୁଭବ ହୁଏ । ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର, ବଲାଙ୍ଗୀ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!