ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) :- ପାପଡ଼ାହାଣ୍ଡି ବ୍ଲକ ହାତୀବେଡ଼ା ପଞ୍ଚାୟତର କେରଣ୍ଡି ଗ୍ରାମରେ କାଳବୈଶାଖୀ ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିବାରୁ ବହୁ ଘରର ଛପର ଉଡ଼ି ଯାଇଛି।ଏଥିସହ ଗଛ ପଡ଼ି ବିଦ୍ୟାଳୟ ଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ସହ ରାସ୍ତା ଉପରେ ପଡ଼ି ରହିଥିଲା । ଡାବୁଗାଁ ଅଗ୍ନିଶମ କର୍ମଚାରୀ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ସହ ରାସ୍ତା ଉପରେ ପଡ଼ିଥିବା ଗଛକୁ କାଟି ସଫା କରୁଛନ୍ତି । ଗାଁର ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଘରର ଛପର ଉଡ଼ିଯାଇଛି| ଏହା ଛଡା ପବନର ବେଗ ଅଧିକ ଥିବାରୁ ଗ୍ରାମର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥି ବିଦ୍ୟୁତ ସରବରାହ ବନ୍ଦ ରହିଛି। ଗ୍ରାମର ତୁଳିସୀ ମାଝୀ,ମନୋଜ ମାଝୀ, ଚୈତନ୍ୟ ଭତରା, ବୈଦୁ ମାଝୀ, ତ୍ରିନାଥ ଭତରା, ଚନ୍ଦ୍ର ଶେଖର ଭତରାଙ୍କ ଘରର ଛପର ପବନରେ ଉଡ଼ି ଯାଇଛି| ପ୍ରବଳ ବର୍ଷା ହେବା ଯୋଗୁଁ ଘର ଭିତରେ ଥିବା ଖାଦ୍ୟ ସାମଗ୍ରୀ ଓ ଆସବାବପତ୍ର ନଷ୍ଟ ହୋଇଯାଇଛି। ବର୍ତ୍ତମାନ ବେସାହାରା ପରିବାର ମାନେ କେବଳ ସରକାରୀ ସାହାଯ୍ୟର ଅପେକ୍ଷାରେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |