ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର

ନବରଙ୍ଗପୁର( ମିହିର ଶଙ୍କର ପାତ୍ର): ଡାବୁଗାଁ ବ୍ଲକ ଡଙ୍ଗରିଗୁଡା ଠାରେ ପ୍ରତିଷ୍ଠା ହେଲା ମା’ ସମଲେଇଙ୍କ ମନ୍ଦିର। ପ୍ରତିଷ୍ଠା ଉତ୍ସବରେ ପ୍ରଥମ ଦିବସରେ ଅଙ୍ଗିନଦୀରୁ ପୂଜାର୍ଚ୍ଚନା ପରେ ମହିଳାମାନେ ୧୦୮ କଳସ ଆଣି ମନ୍ଦିରରେ କଳସ ସ୍ଥାପନ ପରେ ମୁଖ୍ୟ ପୂଜକ ଙ୍କ ଦ୍ୱାରା ପୂଜାର୍ଚନା କରାଯାଇ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା । ଡଙ୍ଗରିଗୁଡ଼ାର ସର୍ବପୁରାତନ ମା’ ସମଲେଇଙ୍କ ମନ୍ଦିର ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ରହିଥିଲା । ଡାବୁଗାଁ ଓ ଡଙ୍ଗରିଗୁଡ଼ା ଗ୍ରାମବାସୀଙ୍କ ମିଳିତ ସହ‌ଯୋଗ ତଥା ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ସମର୍ଥନ ଯୋଗୁଁ ପ୍ରତିଷ୍ଠା ହେଲା ମାଁ ଙ୍କ ମନ୍ଦିର।ମନ୍ଦିର ପରିଚାଳନା କମିଟି ର ପ୍ରକାଶ ଚନ୍ଦ୍ର ପଣ୍ଡା, ସୂର୍ଯ୍ୟନାରାୟଣ ସୁବୁଦ୍ଧି, ଜି କିରନ କୁମାର, ଭାସ୍କର ମହାପାତ୍ର, ଜି. ସତ୍ୟା ରାଓ, ବଗୁଲା ଜେନା, ସୁରେନ୍ଦ୍ର ମିଶ୍ର, ବିଶ୍ୱ ପାତ୍ର,ପୁରୁସ୍ତମ ସିଂ, ଚନ୍ଦ୍ରଶେଖର ନିହାଲ, କଳାସୁନ୍ଦର ନାୟକ, ଗୁପ୍ତ କୁମ୍ବାର ଙ୍କ ସହ ଡାବୁଗାଁ ଏବଂ ଡାଙ୍ଗରୀଗୁଡା ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!