ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର,୧୯।୬:ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।   ପ୍ରତିକୂଳ ପାଗ ଯୋଗୁ ରାଷ୍ଟ୍ରପତି ମୁର୍ମୁ ପଶ୍ଚିମବଙ୍ଗ କଲାଇକୁଣ୍ଡାରୁ ସଡ଼କ ପଥରେ ଆସି ଶୁକ୍ରବାରେ ସନ୍ଧ୍ୟାରେ ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ନିର୍ଦ୍ଧାରିତ ସମୟର ପ୍ରାୟ ୨ ଘଣ୍ଟା ବିଳମ୍ବରେ ସେ ପହଞ୍ଚିଛନ୍ତି।ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ରାଇରଙ୍ଗପୁରକୁ ହେଲିକପ୍ଟର ଯୋଗେ ଆସିବାର ଥିଲା। କିନ୍ତୁ ପାଗ ଖରାପ ଯୋଗୁ ସଡ଼କପଥରେ ରାଷ୍ଟ୍ରପତି ରାଇରଙ୍ଗପୁରରେ ପହଞ୍ଚିଛନ୍ତି।ସନ୍ଧ୍ୟାରେ ରାଇରଙ୍ଗପୁର ଉପଖଣ୍ଡ ସରକାରୀ ଚିକିତ୍ସାୟଳୟ ପରିସରରେ ଅନୁଷ୍ଠିତ ଏମ୍ସ ଦ୍ୱାରା ପରିଚାଳିତ ମେଗା ସ୍ୱାସ୍ଥ୍ୟ କ୍ୟାମ୍ପକୁ ଉଦଘାଟନ କରିବେ । ପରେ ସେଠାରୁ ସଡ଼କ ପଥରେ ରାଇରଙ୍ଗପୁରସ୍ଥିତ ନିଜ ଘରକୁ ଯିବେ । ସେଠାରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି । ପରଦିନ ଅର୍ଥାତ୍ ଶନିବାର ସକାଳ ୧୦ଟା ୨୦ରେ ରାଷ୍ଟ୍ରପତି ଦାଣ୍ଡବୋଷ ବିମାନବନ୍ଦରରୁ ହେଲିକପ୍ଟର (ଏମ୍ଆଇ-୧୭) ଯୋଗେ ଦିଘିବେଡ଼ା ହେଲିପ୍ୟାଡରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ଣ ୧୧ଟା ସୁଦ୍ଧା ପାହାଡ଼ପୁରସ୍ଥିତ ଘରକୁ ଯିବେ ।୨୦ତାରିଖ ଶନିବାର ଜନ୍ମମାଟିରେ ସେ ତାଙ୍କ ଜନ୍ମଦିନ ପାଳନ କରିବେ। ଏହିଦିନ ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲା ଗସ୍ତରେ ଆସୁଛନ୍ତି। ଏଥିଲାଗି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!