ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

କେନ୍ଦ୍ରାପଡ଼ା ,୧୯ା୬ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗର କୋରାପୁଟ ଜିଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିବା ପରେ ତାଙ୍କର ପୈତୃକ ଗ୍ରାମ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଧୀନ ପଲେଇ ପଞ୍ଚାୟତ ଜହଙ୍ଗର ଗ୍ରାମରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ଭିଜିଲାନ୍ସର ଟିମ୍‌ ଶୁକ୍ରବାର ସକାଳୁ ଜହଙ୍ଗରସ୍ଥିତ ସେଠୀଙ୍କ ପୈତୃକ ଘରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି।କୋଟପାଡ ବ୍ଲକ ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ୭ଟି ଠିକଣାରେ ହୋଇଛି ଚଢ଼ାଉ। ଛୋଟବଡ଼ କେତେ ହାତୀ ମୂର୍ତ୍ତି ଗଦେଇଛନ୍ତି ଘରେ। ସୁନା ଅଳଙ୍କାର ଗଦା ଗଦା। ସେମିତି ୫ ଶହ ଟଙ୍କିଆ ବିଡ଼ା ବିଡ଼ା। ୧୦, ୨୦ ଶହେ ୨ଶହ ଟଙ୍କିଆ ବିଡ଼ା ବି ଅଛି। ନଗଦ ୫ ଲକ୍ଷ ୪୮ ହଜାର ଟଙ୍କା ୩୦୦ ଗ୍ରାମର ସୁନା, ସମେତ ଏକାଧିକ ବ୍ୟାଙ୍କରେ ଡିପୋଜିଟ ମିଳିଛି। ଜୟପୁର, କୋରାପୁଟ, ବୋରିଗୁମ୍ମା, କୋଟପାଡ, ପଟାଙ୍ଗି ତହସିଲରେ ୩୨ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଛି। ଏସବୁ ପ୍ଲଟର ମୂଲ୍ୟାୟନ ହେଉଛି। ବାବୁ ଖାଲି କୋରାପୁଟରେ ସୀମିତ ନାହାନ୍ତି। ଖୋର୍ଦ୍ଧା ଜଟଣୀ ମାଧିପୁର ମୌଜାରେ ୧ ହଜାର ବର୍ଗଫୁଟ ବିଶିଷ୍ଟ ଗୋଟିଏ ଫ୍ଲାଟ୍ଠାବ ହୋଇଛି.। କୋରାପୁଟ ବୋରିଗୁମ୍ମା ତରାଗାଁରେ ୧୦ ଏକର ବିଶିଷ୍ଟ ଫାର୍ମ ମିଳିଛି। ଏବଂ ୪.୩୫ ଏକର ବିଶିଷ୍ଟ ଆଉ ଏକ ଫାର୍ମ ରହିଛି।ମାତ୍ର ୭ହଜାର ୧୦୦ ଟଙ୍କା ଦରମାରେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ । ୧୯୯୮ରେ କୋରାପୁଟ ଜିଲ୍ଲା ଆମ୍ବାଗୁଡ଼ା ଉପର କୋଲାବ ଡିଭିଜନରେ ଚିଫ୍ ଇଂଜିନିଅରଙ୍କ କାର୍ଯ୍ୟାଳୟରେ ଜେଇ ଭାବେ କାର୍ଯ୍ୟ କରିଥିଲେ। ୨୦୦୧ରେ ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକକୁ ହେଲା ବଦଳି। ୨୦୦୨ରେ କୋରାପୁଟ ଜିଲ୍ଲା ଜୟପୁର ITDAରେ କାର୍ଯ୍ୟ କରିଥିଲେ । ୨୦୧୫ରେ ଆସିଷ୍ଟାଣ୍ଟ ଇଂଜିନିୟର ଭାବେ କୋଟପାଡ଼ ବ୍ଲକରେ କାର୍ଯ୍ୟ କରିଥିଲେ । ୨୦୨୦ରେ ବୋରିଗୁମ୍ମା ବ୍ଲକ ଏବଂ ୨୦୨୫ରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟ ବା AEE ଭାବେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକରେ କାର୍ଯ୍ୟ କରୁଥିଲେ। ମାନେ ୯୮ରେ ୭ ହଜାର ଦରମା ଆଉ ୨୦୨୬ରେ କୋଟି କୋଟିର ସଂପତ୍ତି।କୋରାପୁଟରେ ବାବୁଙ୍କର ୩୨ଟି ମୂଲ୍ୟବାନ ପ୍ଲଟ, ୧୫ ଏକର ଜମିରେ ୨ଟି ଫାର୍ମ ହାଉସ ଠାବ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!