ବାଘ ଛାଲ ଚାରା ଚାଲାଣ ବେଳେ ବାଘ ଛାଲ ସହ ଅମଳାଭାଟା ଚର୍ଚ୍ଚର ପାଷ୍ଟର ଗିରଫ..

ବିଦ୍ରୋ:-ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) : ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ ବନ ବିଭାଗ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ ଏକ ବଡ଼ ସଫଳତା ମିଳିଛି। ପାତ୍ରୀ ଜଙ୍ଗଲରେ ବାଘ ଛାଲ ଚୋରା ଚାଲାଣ ସମୟରେ ବନ ବିଭାଗ ଚଢ଼ଉ କରି ବାଘ ଛାଲ ଜବତ କରିବା ସହ ଅମଳାଭାଟା ଚର୍ଚ୍ଚର ପାଷ୍ଟର କୁ ଗିରଫ କରିଛି। ସୂଚନା ଅନୁସାରେ ଶିକାରୀମାନେ ପାତ୍ରୀ ଜଙ୍ଗଲରେ ବାଘ ଛାଲକୁ ଅନ୍ୟତ୍ର ଚୋରା ଚାଲାଣ କରିବା ପାଇଁ ଯୋଜନା କରୁଥିବାବେଳେ ବନ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା। ଏହା ପରେ ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରାସାଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବନ ଅଧିକାରୀମାନେ ତୁରନ୍ତ ଏକ ଟିମ ଗଠନ କରି ଛଡାଉ କରିଥିଲେ। ଏବଂ ଅମଳାଭାଟା ଚର୍ଚ୍ଚର ପାଷ୍ଟେର ସିପୁନ ଟାକ୍ରୀକୁ ଧରିବା ସହ ତାଙ୍କ ନିକଟରୁ ବାଘ ଛାଲ ଜବତ କରିଥିଲା। ଗିରଫ ହୋଇଥିବା ପାଷ୍ଟେର କୁ ପଚରାଉଚରା ଚାଲିଥିବା ବେଳେ, ଏହି ଘଟଣାରେ ଆଉ କିଏ କିଏ ଜଡିତ ଅଛନ୍ତି ତାହା ଖୋଜାଯାଉଛି। ବନବିଭାଗ ତରଫରୁ ସୂଚନା ମିଳିଛି ଯେ ବନ୍ୟଜନ୍ତୁ ଚୋରାଚାଲାଣ ରୋକିବା ପାଇଁ ଆଗାମୀ ଦିନରେ ଏପରି ଚଢ଼ଉ ଆହୁରି ବଢ଼ାଯିବ ବୋଲି ଡାବୁଗାଁ ବାନାଁଞ୍ଚଳ ଅଧିକାରୀ ରାମ ଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି। ଏହି ଚଢ଼ଉ ସମୟରେ ଏସିଫ ସୁବାସ ଚନ୍ଦ୍ର ଖୁଣ୍ଟିଆ, ଫରେଷ୍ଟର ମଧୁସୂଦନ ପାତ୍ର, ଅଙ୍କୁସ ଦାସ , କାର୍ତ୍ତିକ ମାଝୀ , ଲାଲୁ ବିଷୋଇ , ତାପସ ପଟ୍ଟନାୟକ , ରିତାରାଣି, ଅନିତା ହିଆଲ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!