ଡାବୁଗାଁ(ପ୍ରିୟଦର୍ଶିନୀ ପାତ୍ର), ୨୯/୬ – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ସ୍ନାନ ପୂର୍ଣ୍ଣିମା ସୋମବାର ପାଳିତ ହୋଇ ଯାଇଛି। ଭଗବାନ ଙ୍କ ର ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ସ୍ନାନ ମଣ୍ଡପକୁ ପହଣ୍ଡି କରି ଆଣିବା ପରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ସ୍ନାନ କରାଯାଇଥିଲା। ଏହି ଅବସରରେ ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ଦେବରାଜ ପାତ୍ର, ଏମ ଅପ୍ପା ରାଓ , ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜି. ଭେଙ୍କେଟେଶ୍ୱର୍, ପ୍ରକାଶ ଚନ୍ଦ୍ର ପଣ୍ଡା, ଜି ସାଇ ରାଜୁ , ମଳୟ ବିଶୋଇ , ବାବି ଜେନା, ଜୟନ୍ତ କୁମାର ପାତ୍ର , ଭଗବାନ ଖୁଣ୍ଟିଆ, ଜଗନ୍ନାଥ ମନ୍ଦିର ପୂଜକ ନବୀନ ପାଢ଼ୀ , ଡାହୁକ କୁନୁ ପାତ୍ର, ଦଇତାପତି ନୀଳକଣ୍ଠ ମହାପାତ୍ର, ସେବାୟତ ପ୍ରଦୀପ ସାହୁ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ମୁନା ପାତ୍ର , ତ୍ରିନାଥ ଦାସ , କୃଷ୍ଣ ଚନ୍ଦ୍ର ପଣ୍ଡା ଅନ୍ୟମାନେ ଉପସ୍ଥିତ ଥିଲେ। ମହାପ୍ରଭୁ ଙ୍କ ସ୍ନାନ ଦେଖିବା ପାଇଁ ଶତାଧିକ ଭକ୍ତଙ୍କ ଭିଡ଼ ଜମିଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |