ବିଲୁପ୍ତ ହେବାକୁ ବସିଲାଣି ଲାଲ ଟୁକୁ ଟୁକୁ ସାଧବ ବୋହୂ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) :-ଆଗ କାଳରେ ବର୍ଷା ଆରମ୍ବ ବା ଆଷାଢ ମାସର ପ୍ରଥମ ବର୍ଷାରେ ବେସ୍ ଶୋଭା ପାଉଥିଲା ଲାଲ ରଙ୍ଗର ଟୁକ ଟୁକୁ ସାଧବ ବୋହୁ । ବର୍ଷାର ଆଗମନରେ ଧରାପୃଷ୍ଠକୁ ଆଗମନ ହେଉଛି ଲାଲ୍ ଟୁକୁ ଟୁକୁ ସାଧବ ବୋହୂ । ନାଲି ପାଟ ପିନ୍ଧି ମନ ମୋହୁଥିଲା ଏହି ସାଧବ ବୋହୂ । ଏହି ସାଧବ ବୋହୁ କୁ ଦେଖ୍ ଚାଷୀ ଭାଇ ମନ ଭାରି ଖୁସି ହେଉଥିଲେ । କାରଣ ସାଧବ ବୋହୁକୁ ଦେଖା ଦେଲେ ଭଲ ଫସଲ ହେବ ବୋଲି ଚାଷୀମାନେ ଅନୁମାନ କରିନେଉଥିଲେ । ଏହି କୀଟ ସାଧାରଣତଃ ବାଡି, ବଗିଚା, ବିଲହିଡ, ଘାସପଡିଆ ଓ ଘାସ ହୋଇଥିବା ସ୍ଥାନ ମାନଙ୍କରେ ଦେଖା ଯାଇଥାନ୍ତି। ଏହି ସାଧବ ବୋହୁ ନାଲି ରଙ୍ଗର ହୋଇଥାଏ । ଏହି ଜୀବଟି ଘାସ ଓ ମାଟି ଉପରେ ଧୂର ଗତିରେ ଚାଲି ଥାଏ। ଦେଖୁବାକୁ ଭାରି ସୁନ୍ଦର ଓ ମନୋରମ ଲାଗିଥାଏ ।ଏହି ସାଧବ ବୋହୁ ପ୍ରାୟତଃ ସମସ୍ତ ଅଞ୍ଚଳରେ ଦେଖାଯାଇଥାନ୍ତି। ଏହି ସାଧବ ବୋହୁ କୁ ଦେଖ୍ ଅଧ‌ିକ ଖୁସି ଅନୁଭବ କରନ୍ତି କୁନିକୁନି ପିଲାମାନେ। ହେଲେ ଦୁର୍ଭାଗ୍ୟ ବଶତଃ ବର୍ତ୍ତମାନ ପ୍ରଦୂଷିତ ପରିବେଶରେ ଏମାନଙ୍କ ବଂଶ ଲୋପ ପାଇବାକୁ ବସିଲାଣି। ଆଧୁନିକତାର ଚାଦର ତଳେ ଚାପି ହୋଇ ଗଲାଣି ଏହି ସୁନ୍ଦର ଜୀବ। ସାଧବ ବୋହୁ କୁ ନେଇ କେତେ କାବ୍ୟ କବିତା ର ସମ୍ଭାର ଦେଖୁବାକୁ ମିଳିଥାଏ। ପ୍ରକୃତିର ଏହି ଉପହାର କୁ ନେଇ କବି ଓ ପ୍ରକୃତି ପ୍ରେମୀ ଭାବୁକ ହୋଇ ଯାଇଥାନ୍ତି।ବର୍ତ୍ତମାନ ସମୟରେ ଏହି ସାଧବ ବୋହୁ ପ୍ରାୟତଃ ଦେଖାଯାଉ ନାହାନ୍ତି। ଯାହା କମ୍ ପରିମାଣରେ ଦେଖ୍ ବାକୁ ମି ଳୁଛି । ସାର, କୀଟନାଶକ, ବିଭିନ୍ନ ସ୍ଥାନରେ କଂକ୍ରିଟ, ଜଙ୍ଗଲ କାଟି ନଷ୍ଟ କରିବା ଓ ଅସ୍ଵାଭାବିକ ପରିବେଶ ପ୍ରଦୂଷଣ ଯୋଗୁଁ ଏମାନଙ୍କର ବଂଶ ଲୋପ ପାଇବାକୁ ଯାଉଛି। ଦୁର୍ଭାଗ୍ୟର ବିଷୟ ସାଧବ ବୋହୂ ପୋକ ଆଗାମୀ ପିଢିଙ୍କ ପାଇଁ ବୋଧ ହୁଏ ଇତିହାସ ପାଲଟି ଯିବ।ଏଭଳି ଅନେକ କୀଟପତଙ୍ଗ ଆଉ ଏବେ ବର୍ଷା ଦିନରେ ଦେଖୁବାକୁ ମଧ୍ୟ୍ୟ ସପନ ହୋଇ ଗଲେଣି।ଏହା ପ୍ରକୃତିର ବିଡମ୍ବନା ନା ମଣିଷର ଦୁର୍ଭାଗ୍ୟ ତାହାତ ଆଗାମୀ ଦିନରେ ଜଣା ପଡିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!