ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର ):- ଡାବୁଗାଁ ବ୍ଲକ ରେ ଛଡା ଦରରେ ସାର ବିକ୍ରି ଘଟଣାକୁ କେନ୍ଦ୍ର କରି ତଦନ୍ତ ଆରମ୍ବ କରିଥିଲା କୃଷି ବିଭାଗ।ଡାବୁଗାଁ ବ୍ଲକର ବିଭିନ୍ନ ଖୁଚୁରା ସାର ବିକ୍ରି ଦୁକାନକୁ ଯାଇ ଷ୍ଟକ ଏବଂ ବିକ୍ରୟ ରେଜିଷ୍ଟେର ଯାଞ୍ଚ କରିବା ସହ ଚାଷୀଙ୍କୁ ବ୍ୟାଗରେ ମୁଦ୍ରିତ ମୂଲ୍ୟ ବା ସରକାରୀ ମୂଲ୍ୟରେ ସାର ଭିକ୍ରି ପାଇଁ ନିର୍ଦେଶ ମଧ୍ୟ ଦେଇଥିଲେ କୃଷି ଅଧିକାରୀ। କିନ୍ତୁ ବର୍ତ୍ତମାନ ପୁଣି ଡାବୁଗାଁ ଅଂଚଳରେ ଛଡା ଦରରେ ସାର ଭିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଚାଷି ଭାଇ ମାନେ କହିବା ପ୍ରକାରେ ଡିଏଫଇ 20-20 Rs-1350 ରୁ 18ସହ ଟଙ୍କା ଥିବା ବେଳେ ଡାବୁଗାଁ ଅଂଚଳରେ ଥିବା ସ୍ୱୀକୃତି ପ୍ରାପ୍ତ ସାର ବିକ୍ରେତା ଦକାନି ମାନେ ଚଢ଼ାଦରରେ 2500 ରୁ 2800 ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା ସୂଚନା ମିଳୁଛି। କୃଷିବିଭାଗ ଏଥିପ୍ରତି ଦୃଷ୍ଟି ଦେଲେ ଚାଷିଭାଇ ମାନେ ଉଚିତ ମୂଲ୍ୟରେ ସାର ପାଇ ପାରିବେ।ସୂଚନା ଥାଉ କି ଡାବୁଗାଁ ଅଂଚଳରେ ଡାବୁଗାଁ କୃଷି ବିଭାଗ ତରଫରୁ ସ୍ବୀକୃତିପ୍ରାପ୍ତ ୨୨ ଜଣଙ୍କୁ ସାର ବିକ୍ରୟ ଅନୁମତି ଥିବା ବେଳେ ୩୫ ଜଣଙ୍କୁ ବିହନ ବିକ୍ରୟ ସ୍ବୀକୃତି ମିଳିଛି। ଚଢ଼ାଦରରେ ସାର ବିକ୍ରି ବିଷୟରେ ଜାଣିବା ପରେ ଆମ ପ୍ରାତିନିଧି ଡିଏଫଇ 20-20ର ସରକାରୀ ମୂଲ୍ୟ ବିଷୟରର କୃଷି ଅଧିକାରୀଙ୍କୁ ପଚାରିବାରୁ ବର୍ତ୍ତମାନ ନୂଆ ଦାର 2100ଟଙ୍କା ଥିବା ସୂଚନା ଦେବ ସହ ଯଦି ଖୁଚୁରା ବ୍ୟବସାୟୀ ମାନେ ଚଢ଼ାଦରରେ ସାର ବିକ୍ରି କରନ୍ତି ତେବେ ସେମାନଙ୍କ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କୃଷି ଅଧିକାରୀ ସୁଧେଷ୍ଣା ଢାଲ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |