ପୁରୀ:ଆଜି ଥିଲା ରଥ ନିର୍ମାଣର ୮୧ତମ ଦିବସ। ରଥ ନିର୍ମାଣକାରୀ ସେବକମାନେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ତିନି ରଥର ଶିଖର ଡମ୍ବରୁ ଆସ୍ଥାନ ସଂସ୍ଥାପନ କାର୍ଯ୍ୟ ଶେଷ ହୋଇଛି। ଦର୍ଜି ସେବକମାନେ ରଥର ବତା କନାରେ ଲେସ୍ ଫିଟିଂ କାର୍ଯ୍ୟ ଶେଷ କରିଛନ୍ତି। ବତା ଓ ଚନ୍ଦ୍ରଶାଳି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଦୁଆର ବେଢା,ପୋଟଳ, ସାରଥି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ପହଣ୍ତି ପାଇଁ ଆବଶ୍ୟକ କନା ପ୍ରସ୍ତୁତ କାର୍ଯ୍ୟ ଜାରି ରହିଛି। ୧୨ ହାତିଆ ୪ପଟିଆ ୨ଟି, ୧୬ହାତିଆ ୪ପଟିଆ ୪ଟି ଶେଷ ହୋଇଛି। କୁସୁମି ୪ପଟିଆ ୬ଟି, ନେତପୁଟା, ଗୀତଗୋବିନ୍ଦ ପାଟ, ମୁଠିବେଣ୍ଟ, ନଳିଭୁଜ, ବିଜେତୁଳି, ସିପର ତୁଳି, ପଟି ନାଡ଼ ଇତ୍ୟାଦି ପହଣ୍ତି କାର୍ଯ୍ୟରେ ଲାଗିବ। ଚିତ୍ରକାର ସେବକଙ୍କ ଦ୍ୱାରା ତିନି ରଥର ବାହ୍ୟ ଅଂଶଗୁଡିକରେ ରଙ୍ଗ କାର୍ଯ୍ୟ ସହ ତିନିରଥର ଘୋଡ଼ା, ସାରଥିଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୋଳବେଦି ଅସ୍ଥାୟୀ କମାରଶାଳରେ କମାର ସେବକ ରଥର ଜରୁରୀକାଳୀନ ପରିସ୍ଥିତି ପାଇଁ ଆବଶ୍ୟକୀୟ ଲୁହା କଣ୍ଟା ସାଜ ସରଞ୍ଜାମ ନିର୍ମାଣ କରୁଛନ୍ତି। ଦୋଳବେଦିଠାରେ ପାହି ମହାରଣାମାନେ ରଥଯାତ୍ରା ପାଇଁ ଆବଶ୍ୟକୀୟ କାଠ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |