ରାସ୍ତା ଖୋଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମାଲିକଙ୍କ ମଧ୍ୟରେ ବିବାଦ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) ,୧୭।୮:ଡାବୁଗାଁ ବୋରିପଦର ଦେଇ ଯାଇଥିବା କେରଣ୍ଡି ରାସ୍ତାକୁ ଜଣେ ଜମି ମାଲିକ ଖୋଳି ଦେଇଛନ୍ତି । ଫଳରେ ଡାବୁଗାଁ ବ୍ଲକ ସହ ପାପଡ଼ାହାଣ୍ଡି ବ୍ଲକକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।ଡାବୁଗାଁ ଠାରୁ ମାତ୍ର ୩ କିମି ଦୂରରେ ଥିବା କେରଣ୍ଡି ଗ୍ରାମବାସୀଙ୍କୁ ଅଧିକ ୮ କିମି ବୁଲି ଯିବାକୁ ପଡ଼ୁଛି। ସୂଚନା ଅନୁଯାୟୀ, ଡାବୁଗାଁ ସଦର ବୋରିପଦର ଗ୍ରାମ ନିକଟରୁ କେରଣ୍ଡି ଗ୍ରାମକୁ ଦୀର୍ଘବର୍ଷ ହେଲା ରାସ୍ତା ରହିଅଛି। ଏହି ରାସ୍ତା ମଝିରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଅଙ୍ଗି ନଦୀରେ ପୋଲ ନିର୍ମାଣ କରାଯାଇଛି। ଏହି ରାସ୍ତା ଉପରେ ପାପଡ଼ାହାଣ୍ଡି ବ୍ଲକର ହାତୀବେଡ଼ା ପଞ୍ଚାୟତ ସହ ଡାବୁଗାଁ ବ୍ଳକର ବଡ଼ଓଲମା ପଞ୍ଚାୟତବାସୀ ପ୍ରତିଦିନ ଡାବୁଗାଁକୁ ଯିବାଆସିବା କରିଥାନ୍ତି । ସ୍କୁଲ ଛାତ୍ରଛାତ୍ରୀ ସହ ସରକାରୀ କର୍ମଚାରୀ ଓ ବ୍ୟବସାୟ ଉପରେ ନିର୍ଭର କରୁଥିବା ଲୋକଙ୍କ ଏହା ପ୍ରମୁଖ ମାର୍ଗ। ତେବେ ବୋରିପଦର ଗ୍ରାମର ଜଣେ ଚାଷୀଙ୍କ ଜମିରେ ଏହି ରାସ୍ତା ନିର୍ମାଣ ହୋଇଥିବାରୁ ଚାଷୀ ଜଣଙ୍କ ବହୁବାର ରାସ୍ତାର ଗତିପଥ ବଦଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସଫଳ ହୋଇ ନଥିଲେ। ଫଳରେ ଚାଷୀ ଜଣଙ୍କ ଅପରାହ୍ନରେ କେରଣ୍ଡି ଅଙ୍ଗି ନଦୀ ପୋଲ ନିକଟ ରାସ୍ତାକୁ ଖୋଳି ଦେଇଥିବା ଜଣାପଡ଼ିଛି | କିନ୍ତୁ ବର୍ଷ ବର୍ଷ ଧରି ଯାତାୟାତ କରୁଥିବା କେରଣ୍ଡି ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି କେରାଣ୍ଡୀ ଗ୍ରାମବାସୀ ଏବଂ ଜମି ମାଲିକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଲା ଏବଂ ଡାବୁଗାଁ ପୋଲିସର ହସ୍ତକ୍ଷେପ ପରେ ଏହା ଅସ୍ଥାୟୀ ଭାବରେ କିଛି ଦିନ ପାଇଁ ସମାଧାନ ହେଇଚି। ବର୍ତ୍ତମାନ ଏବେ ଦେଖିବାକୁ ବାକିରହିଲା ଏହି ରାସ୍ତାର ସ୍ଥାୟୀ ସମାଧାନ କେବେ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!