(ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର : ଡାବୁଗାଁ ବ୍ଲକ ଅନ୍ତର୍ଗତ କେଲିଆ ଶୈବପୀଠ ରେ କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେଲିଆ ମନ୍ଦିର ଉନ୍ନୟନ କମିଟି ସଂପାଦକ ଦେବରାଜ ପାତ୍ର, କୋଷାଧ୍ୟକ୍ଷ ଜି ସାଇ ରାଜୁ, ଜିଲ୍ଲା ବିଜେପି ସଂପାଦକ ଜେ ରାଜଶେଖର ରାଓ, ଆଇନଜୀବି ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ବରିଷ୍ଠ ନେତା ସୋମନାଥ ପୂଜାରୀ, ଧର୍ମାନନ୍ଦ ନାୟକ, ଜି କିରଣ କୁମାର, ଭାଗୀରଥି ମାଝୀ, ପଦମ ମାଝୀ , ଯୁଦ୍ଧେଷ୍ଟିର ଗଣ୍ଡ ଏବଂ ମନ୍ଦିର ସହ ସଂପୃକ୍ତ ପୂଜାରୀ ଓ ସେବକ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିର ର ବିକାଶ ପାଇଁ ଆଲୋଚନା କରାଯାଇ ଥିଲା। ଏଥି ପୂର୍ବରୁ ସାଂସଦ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ବରିୟ ବିଶ୍ଵ ବିଦ୍ୟାଳୟ ର ଭଉଣୀ ମାନଙ୍କ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |