(ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର:- ଲଗାଣ ବର୍ଷା ଯୋଗୁଁ ଜଳଘେରରେ ଥିବା ନବରଙ୍ଗପୁର ବ୍ଲକର ସାନ ଦହିଭଟା ଓ ବଡ ଦହିଭଟା ଗ୍ରାମ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ (Addl. Secy, R&DM) ପରିଦର୍ଶନ କରିଛନ୍ତି।ପ୍ରବଳ ବର୍ଷାରେ ଦୁଇ ଗାଁ ଜଳବନ୍ଦୀ ହୋଇଯାଇଛି, ଅନେକ ଘରେ ପାଣି ପଶିଛି ଏବଂ ଚାଷ ଜମି ପାଣିରେ ବୁଡିଛି। ଏହାର ସ୍ଥିତି ଅନୁଧ୍ୟାନ କରି ଅତିରିକ୍ତ ସଚିବ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ଓ କ୍ଷୟକ୍ଷତିର ଆକଳନ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପାଣି ନିଷ୍କାସନ, ଖାଦ୍ୟ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତହସିଲଦାର ଓ ବିଡିଓ ମଧ୍ୟ ଉପସ୍ଥିତ ଥିଲେ।ଏହି ପରିଦର୍ଶନ ସମୟରେ ଲୋକେ ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |