ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ

(ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର :-ତାରିଖ ୨୭ ସେପ୍ଟେମ୍ବର ୨୦୨୬ ମୈଦଲପୁର ଡୁମୁରିପଦର ଠାରେ ବ୍ରହ୍ମ ଅବଧୂତ ଅନାଦି ବାବା, ଭକ୍ତ ରାମ ବାବା, ସୌଭାଗ୍ୟ ବାବା, ରାମଚନ୍ଦ୍ର ବାବା ଙ୍କ ତତ୍ବାବଧାନରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ ପାଳିତ ହୋଇ ଯାଇଛି। ଏହି ଅବସରରେ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମତିରାମ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ, ହିନ୍ଦୁ ମହାସଂଘ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୋୟୀ, ଅବିଭକ୍ତ କୋରାପୁଟ ଜିଲ୍ଲା ହିନ୍ଦୁ ମହାସଂଘ ସଭାପତି ନିର୍ମଳ ବିଷୋୟୀ , ଜିଲ୍ଲା ହିନ୍ଦୁ ମହାସଂଘ ସଂପାଦକ ଭବାନୀ ବିଷୋୟୀ, ବିଶ୍ଵ ହିନ୍ଦୁ ପରିଷଦ ର ସୁନୀଲ୍ ବେହେରା, ଜଗନ୍ନାଥ ମାଝୀ, ସବ୍ୟସାଚୀ ବିଷୋୟୀ, ଜି ସାଇ ରାଜୁ, ମେଘନାଦ ବିଷୋୟୀ, ସୁବାଷ ବିଷୋୟୀ ପ୍ରମୁଖ ମଞ୍ଚାସିନ ଥିଲେ। ଶିକ୍ଷକ ବାବୁଲାଲ ସାଗର ମଞ୍ଚ ପରିଚାଳନା କରିଥିଲେ। ବିଭୁଦତ ମେହେର, ଜଗନ୍ନାଥ ମେହେର , ଦାମ ଗୁରୁ ସମେତ ହଜାର ହଜାର ଭକ୍ତ ଏହି ଧାର୍ମିକ କାର୍ଯ୍ୟକ୍ରମ ରେ ଭାଗ ନେଇ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!