ଡାବୁଗାଁ ବ୍ଲକର ୧୪୨ଟି ଅଙ୍ଗନବାଡିରେ ପାଳିତ ହେଲା ‘ଆଙ୍ଗନ କା ଉତ୍ସବ’

(ପ୍ରିୟଦର୍ଶିନୀ ପାତ୍ର)ଡାବୁଗାଁ, ୩୦/୦୯ – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ୧୪୨ଟି ଅଙ୍ଗନବାଡି କେନ୍ଦ୍ରରେ ଗତ ୨ ଦିନ ହେବ ଚାଲିଥିବା ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ ମଙ୍ଗଳବାର ସମାପନ ହୋଇଛି। ପ୍ରଥମ ଦିବସରେ ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ପୋଷଣ ଯୁକ୍ତ ଶସ୍ୟରେ ପ୍ରସ୍ତୁତ ଖାଦ୍ୟକୁ ପିଲାଙ୍କ ପରିବାର ସଦସ୍ୟମାନେ ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ ଦିବସରେ ଶିଶୁ, ଅଭିଭାବକ, ଗର୍ଭବତୀ ମହିଳା ଓ ଏଏମସି ସଦସ୍ୟଙ୍କ ଉପସ୍ଥିତିରେ ମନୋରଞ୍ଜନ କାର୍ଯ୍ୟକ୍ରମ, ଚିତ୍ରାଙ୍କନ, ଅଜା-ଆଈଙ୍କ ଦ୍ୱାରା ଗପ ଶୁଣିବା ଭଳି କାର୍ଯ୍ୟକ୍ରମ ହୋଇଥିଲା। ତୃତୀୟ ଦିବସରେ ଶିଶୁଙ୍କ ପିତା-ମାତା, ଗର୍ଭବତୀ, ଅଙ୍ଗନବାଡି କର୍ମୀ ଓ ଏଏମସି ସଦସ୍ୟଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା ଓ ପୁରସ୍କାର ବିତରଣ କରାଯାଇଥିଲା।ପ୍ରଥମ ଦିବସରେ ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ପୁଷ୍ପାରାଣୀ ପଟ୍ଟନାୟକ, ସିଡିପିଓ ମିନତୀ ଦାସ ଓ ସୁପରଭାଇଜର ଗୁଡ୍ଡି ଭୁକ୍ତା ସମସ୍ତ ଅଙ୍ଗନବାଡି ପରିଦର୍ଶନ କରିଥିଲେ। ତୃତୀୟ ଦିବସରେ ସିଡିପିଓ ଶ୍ରୀମତୀ ଦାସ ଓ ଡାବୁଗାଁ ସୁପରଭାଇଜର ତ୍ରିଲତା ବାରିକ ପୁରସ୍କାର ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଙ୍ଗନବାଡି ସହ ଲୋକଙ୍କୁ ଯୋଡିବା ଏବଂ ସଚେତନ କରିବା ବୋଲି ସିଡିପିଓ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!