ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ

(ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସ୍ତରୀୟ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ୨୦୨୬-୨୦୨୭ ଭୈରବ ମହାବିଦ୍ୟାଳୟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ସାଂସଦ ପ୍ରତିନିଧି ବରିଷ୍ଠ ବିଜେପି ନେତା ଜେ ରାଜଶେଖର ରାଓ ଓ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର ମଞ୍ଚାସିନ ଥିଲେ। ଏ.ବି.ଇ.ଓ ଭଗବାନ ମାଝୀ ଓ ସନ୍ତୋଷ ସାହୁ ଓ ଶିକ୍ଷା ବିଭାଗର କର୍ମଚାରୀ ମାନେ ସଂପୂର୍ଣ୍ଣ ଆୟୋଜନ ର ତଦାରଖ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ କ୍ରିଡ଼ା ଶିକ୍ଷକ, ଓ ବିଭାଗୀୟ କର୍ମଚାରୀ ମାନେ ଆଶାନୁରୂପକ ଉଦ୍ୟମ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!