ବ୍ରହ୍ମପୁର, ୧୨।୭: ଅଘୋଷିତ ବିଦ୍ୟୁତ କାଟକୁ ନେଇ ବ୍ରହ୍ମପୁର ସହରର ଗୋଷାଣୀ ନୂଆଗାଁରେ ରାସ୍ତାରୋକ ହୋଇଛି। ବିଳମ୍ବିତ ରାତିରେ ଏହି ରାସ୍ତାରୋକ ଆରମ୍ଭ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା ଯେ, ଦୀର୍ଘଦିନ ଧରି ଗୋଷଣୀନୂଆଗାଁରେ ବାରମ୍ବାର ବିଦ୍ୟୁତ କାଟ ହେଉଛି। ଗତକାଲି ରାତି ୧୧ଟାରୁ ବିଦ୍ୟୁତ କାଟ କରାଯାଇଛି। ବିଦ୍ୟୁତ କାଟ ହେବା ମାତ୍ରେ ଲୋକେ ପଦାକୁ ଆସି ରାସ୍ତା ଉପରକୁ ଓହ୍ଲାଇ ଟାୟାର ଜାଳିଥିଲେ । ସୂଚନା ଅନୁସାରେ, ଦୀର୍ଘ ଦିନରୁ ବାରମ୍ବାର ବିଦ୍ୟୁତ କାଟ ଲାଗିରହିଛି । ଗତକାଲି ରାତି ପ୍ରାୟ ୧୧ଟାରେ କୌଣସି କାରଣରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଥିବା ବେଳେ ବୁଧବାର ସକାଳ ସୁଦ୍ଧା ବିଦ୍ୟୁତ ଯୋଗାଇ ଦିଆ ଯାଇ ନାହିଁ । ଯାହା ଫଳରେ ସ୍ଥାନୀୟ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଦ୍ୟୁତ କାଟ ପରେ ପରେ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇ ଟାୟାର ଜଳାଇ ରାସ୍ତା ରୋକ କରିଛନ୍ତି । ଏହା ସହିତ ଟାଟା ପାୱାରର ଦୁଇ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଏବଂ କହିଛନ୍ତି ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ । ଏହା ପରେ ମଧ୍ୟ ଏହି ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇନାହିଁ । ଯାହାଫଳରେ ଲୋକଙ୍କୁ ପିଲାଙ୍କ ପାଠପଢା, ପାଣିର ସମସ୍ୟା, ଅସହ୍ୟ ଗୁଳୁଘୁଳି ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି ।ଏନେଇ ଟାଟା ପାୱାରର ଦୁଇ କର୍ମଚାରୀଙ୍କୁ ଅଟକ ରଖାଯାଇଛି। ରାସ୍ତା ଅବରୋଧ ଯୋଗୁ ଗୋଷାଣୀ ନୂଆଗାଁର ମୁଖ୍ୟରାସ୍ତାର ଉଭୟ ପଟେ ଗାଡି ଅଟକ ରହିଛି। ସ୍ଥାନୀୟ ପୁଲିସ ପହଞ୍ଚି ଜନସାଧାରଣଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। ଏହି ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଲୋକେ ଅଟଳ ଅଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |