ନୂଆଦିଲ୍ଲୀ,୧୨।୭:ଆଜିଠୁ ଆରମ୍ଭ ହେବାକୁ ହେଉଛି ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ । ୨ ଟିକିଆ ସିରିଜ ପାଇଁ ଡୋମିନିକାରେ ପହଞ୍ଚି ଜୋରଦାର ଅଭ୍ୟାସ କରିଛି ଭାରତୀୟ ଟିମ୍ ।ଯୁବ ବ୍ୟାଟସମ୍ୟାନ୍ ଯଶସ୍ୱୀ ଜଶୱାଲ ତାଙ୍କର ପ୍ରଥମ ଟେଷ୍ଟ ଖେଳିବା ସମ୍ଭାବନା ରହିଛି । ସେ ଇନିଂସ ଓପନ କରିବା ନେଇ ଆଶା କରାଯାଉଛି । ଚେତେଶ୍ୱର ପୂଜାରାଙ୍କୁ ବାଦ ଦିଆଯାଇ ଜଶୱାଲ ଓ ରୁତୁରାଜ ଗାଏକୱାଡଙ୍କୁ ଦଳରେ ସାମିଲ କରାଯାଇଛି । ଟିମ୍ରେ ଶୁଭମନ୍ ଗିଲ୍ ତୃତୀୟ ସ୍ଥାନରେ ବ୍ୟାଟିଂ କରିବେ । ମହମ୍ମଦ ସିରାଜ ବୋଲିଂ ଭାର ସମ୍ଭାଳିବେ । ପେସ ବୋଲର ନବଦୀପ ସାଇନି ଓ ସର୍ଦ୍ଦୁଳ ଠାକୁରଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିପାରେ । ସେପଟେ ଦିନିକିଆ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିପାରି ନଥିବା ୱେଷ୍ଟଇଣ୍ଡିଜ ଟିମ୍ ଘରୋଇ ମାଟିରେ ଚାପରେ ରହିବ ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ୍, ଶୁବମନ ଗିଲ୍, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ୍ ଭରତ (ୱିକେଟ୍ରକ୍ଷକ), ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦୁଳ ଠାକୁର, ଜୟଦେବ ଉନାଦକଟ୍, ମହମ୍ମଦ ସିରାଜ।
ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍ ଏକାଦଶ: କ୍ରେଗ୍ ବ୍ରାଥୱେଟ୍, ତ୍ୟାଗନାରାୟଣ ଚନ୍ଦ୍ରପଲ୍, ରେମଣ୍ଡ ରିଫର, ଜର୍ମାଇନ୍ ବ୍ଲାକ୍ଉଡ୍, କିର୍କ ମ୍ୟାକେଞ୍ଜି, ଜୋସୁଆ ଡା ସିଲ୍ଭା, ରାଖିମ୍ କର୍ଣ୍ଣୱାଲ୍, ଜାସନ୍ ହୋଲ୍ଡର, ଜୋମେଲ୍ ୱାରିକାନ୍, ଅଲଜାରି ଜୋସେଫ୍, କେମାର ରୋଚ୍।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |