ନୂଆଦିଲ୍ଲୀ,୧୨।୭: ବର୍ଷା ବିତ୍ପାତରେ ପୁରା ଉତ୍ତର ଭାରତ । ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ହରିଆଣା, ପଞ୍ଜାବରେ ଲାଗି ରହିଛି ବର୍ଷା । ପ୍ରବଳ ବର୍ଷାରେ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ରହିଛି। ଏହା ସହ ଉତ୍ତରାଖଣ୍ଡରେ ଭୂସ୍ଖଳନ ଜାରି ରହିଥିବାରୁ ଲୋକଙ୍କୁ ସେଠାକୁ ଯିବାକୁ ବାରଣ କରାଯାଇଛି। ଉତ୍ତର ଭାରତରେ ବର୍ଷା ପ୍ରଳୟ ରଚିଥିବାବେଳେ ଏବେ ଦିଲ୍ଲୀକୁ ଦେଖାଦେଇଛି ବନ୍ୟା ଭୟ। ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି। ବିପଦ ସଙ୍କେତ ପାର କରି ଗତ ୪୫ ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଯମୁନା ବଢ଼ି ପାଣି ସ୍ତର। ହରିୟାଣାରୁ ଅଧିକ ଜଳ ଛଡା ଯିବା ଫଳରେ ଏହା ଆହୁରି ଅଧିକ ବଢିବାର ଆଶଙ୍କା ଦେଖାଦେଇଛି।ଯମୁନା ନଦୀରେ ଜଳ ସ୍ତର ବୃଦ୍ଧି ହେତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଯମୁନା ଜଳ ସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିବା ପରେ କେଜ୍ରିୱାଲ ଜରୁରୀ ବୈଠକ ଡକାଇ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ସୂଚନାନୁସାରେ, କେଜ୍ରିୱାଲ ଏହି ବୈଠକରେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା ଏବଂ ରିଲିଫ ସାମଗ୍ରୀ ବଣ୍ଟନ ପ୍ରସଙ୍ଗ ଉପରେ ଧ୍ୟାନ ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି, ଯମୁନାର ଜଳ ସ୍ତର ବଢୁଛି ଏବଂ ବନ୍ୟା ପରିସ୍ଥିତି ଉପୁଜିଛି। ଯମୁନା ନଦୀର ବିପଦ ସଙ୍କେତ ୨୦୫.୩୩ ମିଟର ଏବଂ ବର୍ତ୍ତମାନ ଯମୁନାର ଜଳ ସ୍ତର ୨୦୭.୭୧ ମିଟରରେ ପହଞ୍ଚିଛି। ଶେଷ ଥର ପାଇଁ ୧୯୭୮ରେ ଯମୁନାର ଜଳ ସ୍ତର ଏତେ ୧୦୭.୪୯ ମିଟର ଥିଲା। କେଜ୍ରିୱାଲ କହିଛନ୍ତି, ତଳି ଅଞ୍ଚଳରେ ରହୁଥିବା ତୁରନ୍ତ ସେମାନଙ୍କ ଘର ଖାଲି କରନ୍ତୁ। ସମଗ୍ର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଦ୍ରୁତ ଗତିରେ ଚେଷ୍ଟା କରୁଛନ୍ତି। ଆମେ ମଧ୍ୟ ଏସ୍ଡିଆରଏଫ୍ ଦଳକୁ ରିଜର୍ଭରେ ରହିବାକୁ କହିଛୁ। ବର୍ତ୍ତମାନ ଆମର ପ୍ରାଥମିକତା ହେଉଛି ଜୀବନ ରକ୍ଷା କରିବା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |