ଭୁବନେଶ୍ୱର,୧୩ା୭:ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହିଦ ନଗର ଥାନା ASI| ୧୫ ହଜାର ଲାଞ୍ଚ ନେଲା ବେଳେ ସହିଦ ନଗର ଥାନା ASI ମମତା ବସ୍ତିଆଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଭିଜିଲାନ୍ସ ମମତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରିଛି।ଆଜି ମମତା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପରେ ଭିଜିଲାନ୍ସ ମମତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ମମତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। ଏହା ସହ ମମତାକୁ ଭିଜିଲାନ୍ସ ଅଧିକାରୀମାନେ ମୁଖ୍ୟ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ମମତାଙ୍କ ନାଁରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ମମତା ଏକ ମାମଲାରେ ସହଯୋଗ ପାଇଁ ଏତଲାକାରୀଙ୍କ ଠାରୁ ଆଜି ଲାଞ୍ଚ ନେଉଥିଲେ। ଏନେଇ ଏତଲାକାରୀ ଜଣଙ୍କ ପୂର୍ବରୁ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ। ଭିଜିଲାନ୍ସ ପୂର୍ବ ଯୋଜନା ମୁତାବକ ଛକି ରହିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |