ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ

ମୁମ୍ବାଇ, ୧୪।୭:  ମହାରାଷ୍ଟ୍ରରେ  କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ମହରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏନସିପି ନେତା ଅଜିତ୍‌ ପାଓ୍ବାରଙ୍କୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି। ମହାରାଷ୍ଟ୍ରର ଶିବସେନା-ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଯୋଗ ଦେଇ ଗତ ମାସରେ ନିଜ ଦାଦା ତଥା ଦଳର ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରିଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କୁ ରାଜ୍ୟ ରାଜକୋଷର ଚାବି ପ୍ରଦାନ କରାଯାଇଛି।ବିଦ୍ରୋହକୁ ନେଇ ଦୀର୍ଘ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗତ ମାସରେ ମହାରାଷ୍ଟ୍ର ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇଥିବା ୮ ଜଣ ଏନସିପି ବିଧାୟକଙ୍କୁ ଶେଷରେ ଶୁକ୍ରବାର ସେମାନଙ୍କ ବିଭାଗ ମିଳିଛି। ଅର୍ଥ ବିଭାଗ ପୂର୍ବରୁ ବିଜେପି ନେତା ତଥା ରାଜ୍ୟର ଅନ୍ୟତମ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ହାତରେ ଥିଲା। ଏବେ ତାହା ଅଜିତ ପାୱାରଙ୍କୁ ହାତକୁ ଚାଲି ଆସିଛି। ଫଡ଼ନାଭିସଙ୍କ ହାତରେ ଗୃହ ବିଭାଗ ସହିତ ଆଉ କିଛି ବିଭାଗ ଦାୟିତ୍ୱ ରହିଛି।ବିଭାଗ ବ୍ୟତୀତ ଅଜିତ ପାୱାର ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅର୍ଥର ଦାୟିତ୍ୱ ତୁଲାଇବେ। ଛଗନ ଭୁଜବଳ ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ବିଭାଗର ଦାୟିତ୍ୱ ତୁଲାଇବେ ଏବଂ ଧର୍ମରାଓବାବା ଆତ୍ରାମ ଔଷଧ ଓ ପ୍ରଶାସନ (ଏଫଡିଏ) ବିଭାଗର ମନ୍ତ୍ରୀ ରହିବେ। ସହଯୋଗ ବିଭାଗ ଦାୟିତ୍ବ ମନ୍ତ୍ରା ଦିଲୀପ ଓ୍ଵାଲେ୍‌ସ ପାଟିଲଙ୍କ ନେତୃତ୍ୱରେ ରହିବ ଏବଂ ଧନଞ୍ଜୟ ମୁଣ୍ଡେଙ୍କୁ କୃଷି ବିଭାଗ ଦାୟିତ୍ୱ ଦିଆଯାଇଛି। ହାସନ ମୁସରିଫ ମେଡିକାଲ ଶିକ୍ଷା ବିଭାଗର ମନ୍ତ୍ରୀ ରହିଥିବା ବେଳେ ଅନୀଲ ପାଟିଲ ରିଲିଫ ଓ ଥଇଥାନ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ଭାଳିବେ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!