ଭୁବନେଶ୍ୱର, ୧୪।୭: ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ପ୍ରକାଶ ପାଇଛି | ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ତାଲିକା ପ୍ରକାଶ ପାଇଥିବା ବେଳେ ଇନଟିଗ୍ରେଟେଡ଼ ବିଏଡ଼ ଥିବା କଲେଜରେ କଟଅଫ ଆଗରେ ରହିଛି | କଳା ଓ ବିଜ୍ଞାନରେ ବିଜେବି ଓ ରେଭେନ୍ସାକୁ ଅନ୍ୟ କଲେଜ ଟପିଥିବା ବେଳେ ବିଜ୍ଞାନରେ ପୁରୀ ଏସସିଏସ କଲେଜର କଟ ଅଫ ଆଗରେ ରହିଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ତାଲିକାପତ୍ର ପ୍ରକାଶ କରାଯାଇଛି । ଏହି ମେରିଟ ଲିଷ୍ଟ ଅନୁସାରେ ପିଲାମାନେ ନିଜ ନିଜର ମାର୍କ ଅନୁସାରେ କଲେଜ ଚୟନ କରିପାରିବେ । ଏହାପରେ ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ କଟ୍ ଅଫ୍ ମାର୍କ ତାଳିକା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ତେବେ ଇଣ୍ଟିଗ୍ରେଟେଡ ବିଏଡ ଥିବା କଲେଜ ଗୁଡିକରେ କଟ୍ ଅଫ୍ ଆଗରେ ରହିଛି । ତେଣୁ କଳା ଏବଂ ବିଜ୍ଞାନ କ୍ଷେତ୍ରରେ ବିଜେବି କଲେଜ ଏବଂ ରେଭେନ୍ସାକୁ ପଛରେ ପକାଇ ଦେଇଛନ୍ତି ଅନ୍ୟାନ୍ୟ କଲେଜ । ସେହିପରି ବିଜ୍ଞାନରେ ପୁରୀ ଏସସିଏସ କଲେଜର କଟ୍ ଅଫ୍ ଆଗରେ ରହିଛି । ତେବେ ବାଲେଶ୍ୱରର ଫକୀରମୋହନ ୟୁନିଭର୍ସିଟି ଏବଂ ବାରିପଦାର ଏମପିସି କଲେଜ କଳା କ୍ଷେତ୍ରରେ ଖୁବ ଆଗରେ ରହିଛନ୍ତି । ପୁରୀର ଏସସିଏସ କେମିଷ୍ଟ୍ରି(୯୪.୫୦%) ଥିବା ବେଳେ ମ୍ୟାଥମେଟିକ୍ସରେ ୯୪% ଥିବା ବେଳେ ବଟାନୀରେ ୯୫.୬୦% କଟ୍ ଅଫ୍ ରହିଛି । ଏହାବ୍ୟତୀତ ଏମପିସି ବାରିପଦାରେ ଜୁଲୋଜିର କଟ୍ ଅଫ୍ ମାର୍କ ରହିଛି ୯୪.୮୩ ପ୍ରତିଶତ । ସେହିପରି ବାଲେଶ୍ୱରର ଏଫଏମ କଲେ ଏବଂ ବାରିପଦାର ଏମପିସି କଲେଜରେ ରାଜନିତି ବିଜ୍ଞାନରେ କଟ୍ ଅଫ୍ ମାର୍କ ୯୧.୮୩% ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |